ସଂସ୍କାର : ରାଜସ୍ଥାନର ଚୁରୁ ସହରରେ ରହୁଥିବା ଜଣେ ବିବାହିତ ମହିଳା ପୋଲିସ କନଷ୍ଟେବଳ ତାଙ୍କ ସ୍ୱାମୀଙ୍କ ସମେତ ୯ ଜଣଙ୍କ ବିରୋଧରେ ମହିଳା ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି। ୨୮ ବର୍ଷୀୟା କନଷ୍ଟେବଳ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସେ ୨୦୧୯ ମସିହାରେ ହନୁମାନଗଡରେ ବିବାହ କରିଥିଲେ। ତେବେ ବିବାହ ପରେ ତାଙ୍କୁ ଯୌତୁକ ପାଇଁ ତାଙ୍କର ଶଶୁର ଘର ଲୋକେ ହଇରାଣ କରୁଥିଲେ। ଏମିତିକି ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ଉପରେ ଯୌତୁକ ପାଇଁ ଶାରୀରିକ ଓ ମାନସିକ ଚାପ ପକାଉଥିଲେ। ତାଙ୍କ ସ୍ୱାମୀଙ୍କ ସହ ଶାଶୁ, ଶଶୁର, କାକା ଶଶୁର ଏବଂ ନଣଦ ମିଶି ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ।

ବିବାହର କିଛି ଦିନ ପରେ, ଯେତେବେଳେ ଯୌତୁକ ପାଇଁ ମହିଳାଙ୍କ ଉପରେ ଶଶୁର ଘର ପକ୍ଷରୁ ଚାପ ଆରମ୍ଭ ହେଲା, ସେତେବେଳେ ମହିଳା ଜଣଙ୍କ ୪ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ, କିନ୍ତୁ ପରେ ପୀଡିତାଙ୍କ ଉପରେ ୧୦ ଲକ୍ଷ ମୂଲ୍ୟର କାର ଆଣିବାକୁ ଚାପ ପକାଇଥିଲେ ତାଙ୍କର ଶାଶୁଘର ଲୋକ। ତେବେ ଯେତେବେଳେ ପୀଡିତା କାର ଆଣି ପାରିନଥିଲେ, ଲୋଭୀ ଲୋକମାନେ ତାଙ୍କୁ ଅଧିକ ହଇରାଣ କରିବାକୁ ଲାଗିଲେ। ମହିଳାଙ୍କର ସ୍ୱାମୀ ତାଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଥିଲେ ଏବଂ ଯେତେବେଳେ ମହିଳା ବିରୋଧ କରିବେ ସେତେବେଳେ ତାଙ୍କୁ ମାଡ ମାରୁଥିଲେ। କେବଳ ଏତିକି ନୁହେଁ, ସେ ଅନ୍ୟପୁରୁଷଙ୍କ ସହ କଥାବାର୍ତ୍ତା କରିବାର ମିଥ୍ୟା କଳଙ୍କ ଦ୍ୱାରା ତାଙ୍କୁ ବଦନାମ କରାଯାଉଛି ବୋଲି ମହିଳା ଜଣଙ୍କ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି।
ପୀଡିତା ଆହୁରି ମଧ୍ୟ କହିଛନ୍ତି ଯେ ଦିନେ ସେ ତାଙ୍କ ଶାଶୁ ଘରର ରୋଷେଇ ଘରେ ଖାଦ୍ୟ ରାନ୍ଧୁଥିଲେ, ସେହି ସମୟରେ କାକା ଶ୍ୱଶୁର ତାଙ୍କ ପାଖକୁ ଆସି ତାଙ୍କୁ ବେଡ୍ ଟଚ୍ କରିଥିଲେ ଏବଂ ତାଙ୍କ ସହିତ ଜବରଦସ୍ତୀ କରିଥିଲେ। ଏମିତିକି ମହିଳାଙ୍କୁ କାକା ଶଶୁର ଜଣଙ୍କ ସେକ୍ସ କରିବାକୁ ଧମକ ଦେଇଥିଲେ। ତେବେ ମହିଳା ଜଣଙ୍କ ଏହାକୁ ବିରୋଧ କରିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ମହିଳା ପୋଲିସ ଷ୍ଟେସନରେ (ଚରୁ ପୋଲିସ) ମାମଲା ଦାୟର କରିଛନ୍ତି। ଶାଶୁ, ଶ୍ୱଶୁର ଏବଂ ସ୍ୱାମୀଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ମହିଲା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।