ସଂସ୍କାର : ପ୍ରଥମେ ଜଣେ ଯୁବକ ପ୍ରେମ ଜାଲରେ ଫସାଇଲେ ଜଣେ ଯୁବତୀଙ୍କୁ। ଆଉ ଯୁବକ ଜଣକ ପ୍ରେମ ପରେ ବିବାହର ପ୍ରତିଶୁତି ଦେଇ ରଖିଲା ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ। କିନ୍ତୁ ଶାରୀରିକ ସମ୍ପର୍କ କଥାକୁ ନ ମାନିବାରୁ ଯୁବକ ଗଲେ ଜେଲକୁ। ମାତ୍ର ପରବର୍ତ୍ତୀ ସମୟରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ସେ ଜେଲରେ ଥାଇ ନେଇଛନ୍ତି।
ଏଭଳି ଏକ ନିଆରା ଢଙ୍ଗର ବିବାହ ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ବାର ସର୍କଲ ଜେଲରେ। ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ଯାହାକି ଚୌଦ୍ବାର ମଣ୍ଡଳ କାରଗାରରେ ଘଟିଛି। କଟକ ଜିଲ୍ଲା ର ନିଶ୍ଚିତକୋଇଲି ଅନ୍ତର୍ଗତ ପିଠାପଡା ଅଞ୍ଚଳର ଅଂଶୁମାନ ମଲ୍ଲିକ ଓ ସେହି ଅଞ୍ଚଳର ଚିନ୍ମୟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଚିନ୍ମୟୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା ଅଂଶୁମାନ।
ତେବେ ଏହି ସମ୍ପର୍କ ପରେ ଚିନ୍ମୟୀଙ୍କ ଘର ଲୋକେ ଅଂଶୁମାନକୁ କହିଲେ ତାଙ୍କ ଝିଅ ସହିତ ବିବାହ କରିବା ପାଇଁ , କିନ୍ତୁ ଅଂଶୁମାନ ମନା କରିବାରୁ ତାଙ୍କୁ ଜେଲ୍ ଭିତରେ ପସାଇଦେଲେ ଚିନ୍ମୟୀଙ୍କ ଘର ଲୋକେ। କିନ୍ତୁ ୯ ମାସ ଜେଲରେ ରହିବା ପରେ ଅଂଶୁମାନ ବର୍ତ୍ତମାନ ଅନୁଭବ କଲା ଯେ, ଚିନ୍ମୟୀଙ୍କୁ ବିବାହ କରିବ। ଆଉ ବର୍ତ୍ତମାନ ଜେଲରେ ଥାଇ ହିଁ ଅଂଶୁମାନ ଓ ଚିନ୍ମୟୀଙ୍କ ବିବାହ ହୋଇଛି। ଏହି ବିବାହ ପାଇଁ ଜେଲ୍ ଭିତରେ ହିଁ ହୋଇଥିଲା ସମସ୍ତ ପ୍ରସ୍ତୁତି। ତେବେ ଏପରି ଏକ ନିଆର ଢଙ୍ଗର ବିବାହ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।