ସଂସ୍କାର : କେରଳରେ ସାଙ୍ଘାତିକ ହେଉଛି ବନ୍ୟା ପରିସ୍ଥିତି। ଯେଉଁଠାରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଅନେକଙ୍କ ଘରଦ୍ୱାର ଧ୍ୱଂସ ଘଟିଥିଲା, ସେଠି ଏପରି କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି ଯାହା ଦର୍ଶାଏ ଯେ ଲକ୍ଷ୍ୟ ଯଦି ଏକ ହୋଇଥାଏ ତେବେ ବନ୍ୟା ମଧ୍ୟ କିଛି କରିପାରିବ ନାହିଁ।
କେରଳର ଆଲାପୁଝା ଜିଲ୍ଲାରୁ ଏପରି ଏକ ଘଟଣା ନଜର ଆସିଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ତାଯୁବ ହୋଇଯିବେ। କୁଟନାଡ ଅଞ୍ଚଳରେ ଏକ ବରକନ୍ୟାଙ୍କ ସାହସର ଚିତ୍ର ସାମ୍ନାକୁ ଆସିଛି। ଏମାନଙ୍କର ବିବାହ କରିବାର ସାହସକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ ପାଣି ପାର ହେବା ପାଇଁ କିଛି ମିଳିଲା ନାହିଁ, ସେତେବେଳେ ବର ଏବଂ କନ୍ୟା ଏକ ବଡ ପାତ୍ରରେ ବସି ବିବାହ କରିବା ପାଇଁ ମଣ୍ଡପରେ ପହଞ୍ଚିଲେ। ପାଣିର ଅକାତ କାତ ଗଭୀର ଜଳରେ ସେମାନେ ନ ଡରି ବିବାହ କରିବାକୁ ମନସ୍ଥ କଲେ।କୁଟନାଡ ଅଞ୍ଚଳର ବାସିନ୍ଦା ରାହୁଲ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ଗତ ୧୮ ଅକ୍ଟୋବର ସକାଳେ ସ୍ଥିର କରାଯାଇଥିଲା, କିନ୍ତୁ ବନ୍ୟା ହେତୁ ବିବାହ ପ୍ରସ୍ତୁତି ବ୍ୟାହତ ହୋଇଥିଲା। ଯେଉଁଠାରେ ବିବାହ ହେବାକୁ ଥିବା ମନ୍ଦିରର ପ୍ରାଙ୍ଗଣରେ ବନ୍ୟା ପରିସ୍ଥିତି ଥିବାରୁ ରାସ୍ତାରେ ପାଣି ଭର୍ତ୍ତି ହୋଇଯାଇଥିଲା। କିନ୍ତୁ ବନ୍ୟା ଜଳକୁ ଭୟ ନ କରି ସେମାନେ ବିବାହ କରିବାକୁ ପାଣିର ଶୁଅ କାଟି ଯାଇଥିବାରୁ ଅନେକ ଲୋକ ସେମାନଙ୍କର ସାହାସିକତାକୁ ସାବାସୀ ଦେଉଛନ୍ତି।