ଏହି ଜିଲ୍ଲାରେ ପୁଣିଥରେ ଲାଗୁ ହେଲା ନୂଆ କଟକଣା : ନିୟମ ନମାନିଲେ ଭୋଗିବାକୁ ପଡ଼ିବ ଏହିସବୁ ଦଣ୍ଡ, ପଢନ୍ତୁ ପୁରା ରିପୋର୍ଟ

ଭୁବନେଶ୍ୱର : ଦିନକୁ ଦିନ କରୋନା ମାମଲା ବଢୁଥିବାର ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଛନ୍ତି କଡ଼ା ପଦକ୍ଷେପ । ଏଣିକି ଏକାଠି ହୋଇ ତାସ, କ୍ରିକେଟ, ଭଲିବଲ ଆଦି ଖେଳ ଖେଳିଲେ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହିତ ରଖାଯିବ ୧୪ ଦିନ ଯାଏଁ କ୍ୱାରେଣ୍ଟିନ୍‌ରେ ।

କେବଳ ସେତିକି ନୁହେଁ ଦୋକାନୀମାନଙ୍କ ପାଇଁ ମଧ୍ୟ ନିୟମ ଆହୁରି କଠୋର କରାଯାଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ । ୫ଟି ନିୟମ ମାନିବାକୁ ହେବ ଦୋକାନୀଙ୍କୁ ନଚେତ ମାସେ ପାଇଁ ସେମାନଙ୍କ ଦୋକାନକୁ ବନ୍ଦ କରିଦିଆଯିବ । ଏମିତିକି ଜରିମାନା ମଧ୍ୟ ଆଦାୟ କରାଯିବ ଏବଂ ନିୟମ ଉଲଂଘନକାରୀ ଦୋକାନୀମାନଙ୍କ ନାମରେ ମଧ୍ୟ ଏତଲା ଦିଆଯିବ । ତେବେ ଦୋକାନୀଙ୍କ ପାଇଁ ଲାଗୁ ହୋଇଥିବା ୫ ନିୟମ ହେଲା :

  • ଦୋକାନ ସାମ୍ନାରେ ରହିବ ଡବଲ ବ୍ୟାରିକେଡ଼
  • ଦୋକାନୀ ନିଜେ ମାସ୍କ ପିନ୍ଧିବା ସହିତ ଦୋକାନ ସାମ୍ନାରେ “NO Mask NO Goods” ବୋର୍ଡ଼ ମାରିବେ
  • ଗ୍ରାହକଙ୍କ ପାଇଁ ଗୋଲେଇ କାଟିବେ ଆଉ ସେ ବି ଦୋକାନଠାରୁ ୨ ମିଟର ଦୂରରେ
  • ସମସ୍ତ ଦୋକାନୀ ଗ୍ରାହକଙ୍କ ପାଇଁ ସନିଟାଇଜର ସହିତ ହାତ ଧୋଇବାର ବ୍ୟବସ୍ଥା କରିବେ
  • ପ୍ରତ୍ୟେକ ଗ୍ରାହକଙ୍କ ଫୋନ ନମ୍ବର ରଖି ଏକ ଡାଇରୀ ମେଣ୍ଟେନ କରିବେ

ତେବେ ସୂଚନା ଥାଉ ଯେ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୬୭୮ ଥିଲାବେଳେ ୭୯ ଜଣ କରୋନାରେ ମୃତ୍ୟୁବରଣ କଲେଣି ।

Leave a Reply

Your email address will not be published. Required fields are marked *