ସଂସ୍କାର : ବଲିଉଡରେ ଚାଲିଛି ରାଜକୁନ୍ଦ୍ରାଙ୍କ ପୋର୍ଣ୍ଣଗ୍ରାଫି କେସ୍ କୁ ନେଇ ଚର୍ଚ୍ଚା। ଅଶ୍ଳୀଳ ଭିଡ଼ିଓ ତିଆରି କରିବା ମାମଲାରେ ରାଜ କୁନ୍ଦ୍ରା ବର୍ତ୍ତମାନ ପୋଲିସ ହେପଜାତରେ ଥିବା ବେଳେ ତାଙ୍କ ସହିତ ଯୋଡି ହୋଇ ଯାଇଛି ବଲିଉଡର ଆଉ ଜଣେ ଅଭିନେତ୍ରୀଙ୍କ ନାମ ସେ ହେଉଛନ୍ତି ଗେହାନା ବଶିଷ୍ଠ। ତେବେ ଏହି ଚର୍ଚ୍ଚା ସମୟରେ ଗେହନା ନିଜର ଇନଷ୍ଟାଗ୍ରାମରେ ଲାଇଭ ଆସି କିଛି ଏପରି କରିଛନ୍ତି ଯେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗତ ସୋମବାର ଦିନ ନିଜର ଇନଷ୍ଟା ଆକାଉଣ୍ଟରେ ସେ ପ୍ରାୟ ୩ ମିନିଟ୍ ପାଇଁ ଲାଇଭ୍ ଆସି ଥିଲେ। ଆଉ ତାଙ୍କର ପ୍ରଶଂସକ ମାନଙ୍କୁ କହିଥିଲେ ଯେ, ସେ ବର୍ତ୍ତମାନ ନ୍ୟୁଡ୍ (ଉଲଗ୍ନ) ହୋଇ ଲାଇଭ୍ ଆସିଛନ୍ତି। ସେ ନିଜର ଶରୀରରେ କିଛି ପିନ୍ଧି ନ ଥିବା ଦାବି କରିଥିଲେ।
![](https://sanskarnetwork.in/odia/wp-content/uploads/2021/08/gehena-vasisth.jpg)
ଗେହାନା ଲାଇଭ୍ ଆସି ନିଜର ଫୋଲର୍ସମାନଙ୍କୁ ପଚାରିଥିଲେ ଯେ, ସେ ବର୍ତ୍ତମାନ ଭ୍ଲଗର୍ ପରି ଦେଖାଯାଉଛନ୍ତି କି? ସେ ଚିପ୍ ଦେଖାଯାଉଛନ୍ତି କି ? କ’ଣ ଏହି ଲାଇଭ୍ ଭିଡିଓ ଆପଣମାନଙ୍କୁ ପର୍ଣ୍ଣ / ଅଶ୍ଳୀଳ ପରି ଲାଗୁଛି କି ? ଏହା ପରେ ଗେହନା ପ୍ରଶ୍ନ ପଚାରିଥିଲେ ଯେ ଯେତେବେଳେ ବିନା ପୋଷାକରେ ଏହି ଭିଡିଓ ଅଶ୍ଳୀଳ ନୁହେଁ, ତେବେ ସେ ଯେଉଁ ଭିଡିଓରେ ପୋଷାକ ପିନ୍ଧୁଛନ୍ତି, ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର କୁହାଯାଉଛି କାହିଁକି ?
ସେ ଲାଇଭ୍ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ମୁଁ ଏପର୍ଯ୍ୟନ୍ତ କିଛି ପିନ୍ଧି ନାହିଁ, ତଥାପି ଆପଣ ଏହାକୁ ଅଶ୍ଳୀଳ ବୋଲି କହୁନାହିଁନ୍ତି , କିନ୍ତୁ ମୋର ବାକି ଭିଡିଓଗୁଡିକରେ ଯେଉଁଠାରେ ମୁଁ ଭଲ ପୋଷାକ ପିନ୍ଧିଛି ଏହାକୁ ପର୍ଣ୍ଣ ବୋଲି ଆପଣମାନେ କହିଦେଉଛନ୍ତି । ଏହା ଭୁଲ, ନୁହେଁ କି?
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-
ତେବେ ଅଶ୍ଳୀଳ ଭିଡ଼ିଓ ତିଆରି କରି ଇଣ୍ଟରନେଟରେ ଛାଡିବା ମାମଲାରେ ରାଜ କୁନ୍ଦ୍ରାଙ୍କ ସହ ଅଭିନେତ୍ରୀ ଗେହାନାଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିଲା। ଏପରିକି ନିକଟରେ ସେ ରାଜ୍ କୁନ୍ଦ୍ରାଙ୍କୁ ସମର୍ଥନ କରି ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଅନ୍ୟପକ୍ଷରେ ଗେହାନାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ସୁଟିଂ ମାମଲାରେ ଗତ ଫେବୃଆରୀ ମାସରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଥିଲା ଯାହାକି ଜାତୀୟ ଗଣମାଧ୍ୟମର ସୂତ୍ରରୁ ଜଣାପଡିଛି। ସେ ବର୍ତ୍ତମାନ ଜାମିନରେ ଆସିଛନ୍ତି ।