ସଂସ୍କାର: ବିହାର ରାଜ୍ୟର ଭୋଜପୁରରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପ୍ରସଙ୍ଗରେ ଜଣେ ଯୁବକଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଭୋଜପୁର ଜିଲ୍ଲା ଜଗଦୀଶପୁର ନଗର ସ୍ଥିତ ପିପଲ ୱାର୍ଡ ନଂ -୧୬ ର ବାସିନ୍ଦା ରାଜେଶ କୁମାର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯୁବତୀଙ୍କ ପରିବାର ସଦସ୍ୟ ଏହା ବିଷୟରେ ଜାଣିବାକୁ ପାଇଲେ। ଏହାପରେ ଯୁବତୀଙ୍କ ପରିବାର ଲୋକ ଯୁବକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।
ସୂଚନାନୁସାରେ, ପରିବାର ଲୋକେ ପ୍ରଥମେ ଯୁବତୀଙ୍କୁ କହି ପୁଅକୁ ଫୋନ ମାଧ୍ୟମରେ ଡକାଇଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଯୁବତୀ ଜଣକ ଯୁବକଙ୍କୁ ଫୋନ କରି କହିଲେ ଯେ ଘରେ କେହି ନାହାଁନ୍ତି, ଘରକୁ ଆସୁନ। ଆଉ ଗାର୍ଲଫ୍ରେଣ୍ଡଙ୍କ ଏହି ପ୍ରେମ ଭରା ପ୍ରତାରଣା ଡାକରେ ଯୁବକ ଜଣକ ସିଧା ଯାଇ ଯୁବତୀଙ୍କ ଘରେ ପହଞ୍ଚିଲେ। କିନ୍ତୁ ପ୍ରେମିକାର ଘରେ ପହଂଚିବା ପରେ ପ୍ରେମିକର ହେଲା ଅପହରଣ। ପ୍ରେମିକାର ପରିବାର ଲୋକ ପ୍ରେମିକକୁ କଲେ ଅପହରଣ। ଏହାପରେ ତାଙ୍କୁ ବଗିଚା ଆଡକୁ ନେଇଗଲେ। ସେଠାରେ ସେ ଯୁବକଙ୍କ ବେକକୁ କାଟି ମୃତଦେହକୁ ବୁଦା ଭିତରେ ଲୁଚାଇ ଦେଲେ।
ଯୁବକଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ମୃତକଙ୍କ ମୁଣ୍ଡ ବ୍ୟତୀତ ହାତ ଓ ଗୋଡ଼ ମଧ୍ୟ ଗାୟବ ଅଛି। ଏପରିକି ମୁଣ୍ଡ ମଧ୍ୟ ମିଳିନାହିଁ। ଯୁବକଙ୍କ ଶାର୍ଟରୁ ତାଙ୍କୁ ଚିହ୍ନଟ କରାଯାଇଛି। ଯୁବକଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲିଭାଇବା ପାଇଁ ତାଙ୍କ ବାଇକ୍ ଏବଂ ମୋବାଇଲ୍ ପ୍ରମାଣ ପୋଖରୀରେ ଫିଙ୍ଗି ଦେଇଥିଲେ। ଜଗଦୀଶପୁର ଜଗାର ପିପଲ ଟୋଲାର ବାସିନ୍ଦା ଶିବଧାରୀଙ୍କ ଘରେ ଖୁସିର ବାତାବରଣ କିଛି ମୁହୂର୍ତ୍ତରେ ଶୋକରେ ବଦଳିଗଲା। ତେବେ ପୋଲିସ୍ ପ୍ରେମିକାର ଘର ଲୋକଙ୍କୁ ଅଟକାଇ ପଚାରଉଚାର କରୁଥିବା ଜଣାପଡିଛି।