ସଂସ୍କାର : ଭେନେଜୁଏଲାରୁ ଆସିଛି ଏକ ସମ୍ବେଦନଶୀଳ ମାମଲା। ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରଥମେ ହୋଇଛି ଛୁରାମାଡ଼। ଆଉ ଛୁରାମାଡ଼ ହେବା ପରେ ତାର ମର ଶରୀରକୁ ଦୀର୍ଘ ୧୦ ଦିନ ରଖାଯାଇଥିଲା ଫ୍ରିଜରେ। ସେ ପୁଣି ଉଲଗ୍ନ ଅବସ୍ଥାରେ । ଯାହାକି ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।
ରିପୋର୍ଟ ଅନୁଯାୟୀ, ଭେନେଜୁଏଲାର ଜଣେ ୧୯ ବର୍ଷୀୟ ଯୁବତୀ ପ୍ରଥମେ ଗୋଟିଏ ଗୋଟିଏ ୨୨ ବର୍ଷୀୟ ଯୁବକଙ୍କୁ ଭଲ ପାଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା ଆଉ ଦୁହେଁ ବ୍ରେକ ଅପ୍ କରିଦେଲେ। ଏହା ପରେ ଯୁବତୀ ଜଣକ ଆଉ ଏକ ଯୁବକ ସହ ପ୍ରେମ ସମ୍ପର୍କ ଗଢିଲେ। କିନ୍ତୁ କିଏ ଜାଣିଥିଲା ଯେ, ଦ୍ୱିତୀୟ ଯୁବକ , ଯାହା ସହ ସେ ନୂଆ ନୂଆ ପ୍ରେମ ଆରମ୍ଭ କରିଥିଲେ ସେ ଏକ ପିଚାଶ ବୋଲି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଯୁବତୀ ଓ ଯୁବକ ମିଳିମିଶି ରହୁଥିଲେ। କିନ୍ତୁ ଯୁବକ ଜଣକର ବ୍ୟବହାର ଭଲ ନ ଥିଲା । ସେ ଯୁବତୀକୁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲା।
ଅନ୍ୟପଟେ ଯୁବତୀଙ୍କ ପୂର୍ବ ପ୍ରେମିକ କହିଛନ୍ତି ଯେ, ସେ କିଛି ଦିନ ହେଲା ଯୁବତୀଙ୍କୁ ଖୋଜୁଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ‘ଯେତେବେଳେ ଯୁବତୀଙ୍କ ବିଷୟରେ ଦୀର୍ଘ ଦିନ ଧରି କୌଣସି ଖବର ପାଇ ନଥିଲେ , ଠିକ ସେତେବେଳେ ସେ ନିଜେ ଯୁବତୀଙ୍କୁ ଦେଖିବା ପାଇଁ ତାଙ୍କ ଘରକୁ ଯାଇଥିଲି। କିନ୍ତୁ ସେ ଯେତେବେଳେ ଘର ଭିତରକୁ ଗଲେ, ସେଠାରେ ବହୁତ ଗନ୍ଧ ଆସିଲା। ଏହା ପରେ ସେ ଫ୍ରିଜରେ ଦେଖିଲି, ଯେଉଁଠାରେ ଏକ ଭୟଙ୍କର ଦୃଶ୍ୟ ଥିଲା। ଆଉ ସେହି ଦୃଶ୍ୟଟି ହେଉଛି ତାଙ୍କ ପ୍ରେମିକାଙ୍କ ମର ଶରୀର । ଯାହାକି ଉଲଗ୍ନ ଅବସ୍ଥାରେ ରହିଥିଲା। ସମ୍ପୂର୍ଣ୍ଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ଫ୍ରିଜରେ ରହିଥିଲା। ତେବେ ପୂର୍ବ ପ୍ରେମିକ ଜଣକ ପୋଲିସ ନିକଟରେ କହିଛନ୍ତି ଯେ, ଯୁବତୀଙ୍କୁ ତାର ନୂଆ ପ୍ରେମିକ ଛୁରୀରେ ମାରି ଦେଇଛି। ତେବେ ପୋଲିସ ବର୍ତ୍ତମାନ ସେ ନୂଆ ପ୍ରେମିକକୁ ଖୋଜୁଛି। ଆଉ ନୂଆ ପ୍ରେମିକ ଜଣକ ପୋଲିସ ଭୟରେ କେଉଁଆଡେ ଉଭାନ ହୋଇଯାଇଛନ୍ତି।