ସାରା ପରିବାରକୁ ନିଶା ବଟିକା ଖୁଆଇ ଯୁବତୀ ପ୍ରେମିକଙ୍କ ସହିତ କଲେ ଏହି ଲଜ୍ଜାଜନକ କାର୍ଯ୍ୟ : ପଢନ୍ତୁ ପୁରା ଖବର

ଜଣେ ଯୁବତୀ ନିଜ ପ୍ରେମିକ ସହିତ ଯିବାକୁ ନିଜର ସମସ୍ତ ସମ୍ପର୍କକୁ କଳଙ୍କିତ କରିଦେଇଛି । ଉତ୍ତରପ୍ରଦେଶ ରାମପୁରର ପଟୱାଇ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏପରି ଲଜ୍ୟାଜନକ ଘଟଣା । ପୋଲିସ ସୂଚନାନୁଯାୟୀ ଜଣେ ଯୁବତୀ ନିଜ ପରିବାର ଲୋକଙ୍କୁ ନିଶା ବଟିକା ଖୁଆଇ ପ୍ରେମିକ ସହିତ ଫେରାର ହୋଇଯାଇଛି ।

ପରିବାର ଲୋକେ ସକାଳେ ଅନେକ ବିଳମ୍ବରେ ଉଠିଲେ ଓ ଏହା ଦେଖି ପାଖ ପଡ଼ୋଶୀମାନେ ଏନେଇ ପୋଲିସକୁ ସୂଚନା ଦେଲେ । ପୋଲିସ ଆସି ଯୁବତୀର ମାଆ, ଭାଇ ଓ ଭଉଣୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କଲେ । ଗାଁରେ ବରେଲି ଜିଲ୍ଲାର ଜଣେ ଯୁବକ ତାଙ୍କ ମଉସା ପାଖରେ ରହୁଥିଲେ ଓ ଯୁବତୀ ଜଣଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଲା । ଗତ ଶନିବାର ଦିନ ରାତିରେ କୌଣସି ପ୍ରକାରେ ଯୁବତୀ ଜଣକ ସାରା ପରିବାରକୁ ନିଶା ବଟିକା ଖୁଆଇ ପ୍ରେମିକ ସହିତ ଚମ୍ପଟ ମାରିଛି । ନିଶା ପ୍ରଭାବରେ ଡେରି ଯାଏଁ କେହି ନଉଠିବାରୁ ଗାଁର ଜଣେ ମହିଳା ତାଙ୍କ ଘରକୁ ଆସିଥିଲେ ଓ ଘଟଣା ସାମ୍ନାକୁ ଆସିଲା ।

ଯେତେବେଳେ ଗାଁ ଲୋକେ ଆସି ଡେରି ଯାଏଁ ଶୋଇଥିବା ପରିବାରକୁ ଉଠାଇଲେ ସେମାନେ ବାନ୍ତି କରିବା ଆରମ୍ଭ କରିଦେଲେ । ସମସ୍ତଙ୍କର ଅବସ୍ଥା ଖରାପ ଥିଲା ଏବଂ କେହି କିଛି କହିବା ସ୍ଥିତିରେ ନଥିଲେ । ମାତ୍ର ପରିବାର ଭିତରେ ତାଙ୍କ ଝିଅ ନିଖୋଜ ଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଦ୍ଵାରା ଯୁବତୀର ମାଆ,  ଦୁଇ ଭାଇ ଓ ଭଉଣୀଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦେଇଛି ଯେଉଁଠି ସେମାନେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପକ୍ଷରେ ନାବାଳିକାଙ୍କ ବାପାଙ୍କ ତରଫରୁ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରି ଦିଆଯାଇଛି । ଘଟଣାଟି ଦୁଇଟି ସମ୍ପ୍ରଦାୟକୁ ନେଇ ହୋଇଥିବା ହେତୁ ଗାଁରେ ତିକ୍ତତା ଦେଖାଦେଇଛି । ସେପଟେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

Leave a Reply

Your email address will not be published. Required fields are marked *