ସଂସ୍କାର: କୋଭିଡ ସେଣ୍ଟରରେ ଚାଲିଛି ଗ୍ରୁପ ସେକ୍ସ। ଚିକିତ୍ସା ବାହାନାରେ ରୋଗୀ କରୁଛନ୍ତି ସେକ୍ସ କାରବାର।ଚିକିତ୍ସା ହେବାକୁ ଆସିଥିବା ରୋଗୀ କରୁଛନ୍ତି ସେକ୍ସ ମଉଜ। ଡ୍ରଗ୍ସ ନେଇ ସେକ୍ସରେ ଲିପ୍ତ ରହୁଛନ୍ତି କରୋନା ରୋଗୀ। ଏଭଳି ଏକ ସମ୍ବେଦନଶୀଳ ମାମଲା ଥାଇଲ୍ୟାଣ୍ଡର ଏକ ଘରୋଇ କରୋନା ହସ୍ପିଟାଲରୁ ସାମନାକୁ ଆସିଛି। ଏଠାରେ କିଛି କରୋନା ରୋଗୀ ଡ୍ରଗ୍ସ ନେବା ଓ ହସ୍ପିଟାଲ ବେଡ୍ରେ ଗ୍ରୁପ୍ ସେକ୍ସ କରିବା ଭଳି ଖବର ସାମନାକୁ ଆସିଛି।
ଦ ନେସନ ଥାଇଲ୍ୟାଣ୍ଡର ରିପୋର୍ଟ ଅନୁଯାୟୀ , ହସ୍ପିଟାଲରେ ଏପରି ଖରାପ କାମ ହେଉଥିବାର ଜାଣି ଅଧିକାରୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ରୋଗୀଙ୍କର ଏପରି ହରକତକୁ ରୋକିବା ପାଇଁ ସ୍ଥାନେ ସ୍ଥାନେ କୋଭିଡ୍ ହସ୍ପିଟାଲରେ ଚଢ଼ାଉ ଜାରି ରହିଛି। ନିକଟରେ ଥାଇଲ୍ୟାଣ୍ଡର ଇଣ୍ଡରନଲ ସିକ୍ୟୁରିଟି ଅପରେସନ କମାଣ୍ଡ ଅଫିସରମାନେ ପିପିଇ କିଟ୍ ପିନ୍ଧି ଅନେକ ସେଣ୍ଟରରେ ଚଢ଼ାଉ କରିଥିଲେ, ଏହି ସମୟରେ ସେଣ୍ଟରରେ ଥିବା ପାଖାପାଖି ୧୦୦୦ ରୋଗୀଙ୍କୁ ବି ପଚରା ପଚରି କରାଗଲା , ହେଲେ ସେଣ୍ଟରରୁ ଡ୍ରଗ୍ସ ମିଳି ନଥିଲା । ପ୍ରଚୁର ମାତ୍ରାରେ ସିଗାରେଟ୍ ଓ ହିକ୍କା ମିଳିଲା , ଯାହାକି ସେଠାରେ ବ୍ୟାନ୍ ଅଛି। ଟିମ୍ ହସ୍ପିଟାଲର ସିସିଟିଭି କ୍ୟାମେରାକୁ ମଧ୍ୟ ଦେଖିଥିଲେ , ଯେଉଁଥିରେ ମେଲ୍-ଫିମେଲ୍ ରୋଗୀ ଉଭୟ ଉଭୟଙ୍କ ୱାର୍ଡକୁ ଯିବାର ଦେଖିବାକୁ ମିଳିଲା ।
ଉଲ୍ଲେଖନୀୟ ଯେ, ସେଣ୍ଟ୍ରାଲ୍ ଥାଇଲ୍ୟାଣ୍ଡରେ କରୋନା ମାମଲା ହ୍ରାସ ପାଇବା ପରେ ଏହି ସବୁ ସେଣ୍ଟର ଗୁଡ଼ିକରେ ଚିକିତ୍ସା ପରିବର୍ତ୍ତେ ମଜାମସ୍ତି କରୁଥିବାର ଖବର ସାମନାକୁ ଆସୁଛି । ଏଠାରେ ସେଣ୍ଟ୍ରାଲ ଥାଇଲାଣ୍ଡର କୋଭିଡ୍ ସେଣ୍ଟରରେ ରୋଗୀମାନେ ସେକ୍ସ ଓ ଡ୍ରଗ୍ସ ନେବାର ନଜର ଆସୁଛି। ଏହା ବ୍ୟତୀତ ରୋଗୀମାନଙ୍କ ମଧ୍ୟରେ ହାତାହାତି ହେବାର ଖବର ମଧ୍ୟ ଦୃଷ୍ଟି ଗୋଚର ହୋଇଛି।