ପ୍ରଥମେ ବାପା କଲେ ଆତ୍ମହତ୍ୟା, ତା’ ପରେ ମା ଓ ଏମବିଏ ପଢ଼ୁଥିବା ଝିଅ ଦୁହେଁ ପିଇଲେ ବିଷ, ୧୦ ଦିନରେ ପରିବାର ଶେଷ

haryana SUICIDE case: After father commited suicide then mother daughter ate poison

ଗୁରୁଗ୍ରାମ ହରିୟାଣାର ଏକ ପୋଶ ଅଞ୍ଚଳ ରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ମା- ଝିଅ ଦୁହେଁ ଆତ୍ମହତ୍ୟା କରି ଜୀବନ ଶେଷ କରିଥିଲେ। କିନ୍ତୁ ଏସବୁ ଭିତରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି 10 ଦିନ ପୂର୍ବରୁ ମହିଳାଙ୍କ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏଥି ସହିତ, ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା କରିବାର କାରଣ କ’ଣ ବୋଲି ପୋଲିସ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛି।

10 ଦିନ ପୂର୍ବରୁ ସ୍ୱାମୀ କରିଥିଲେ ଆତ୍ମହତ୍ୟା।

ରିପୋର୍ଟ ଅନୁଯାୟୀ, 46 ବର୍ଷୀୟା ମହିଳାଙ୍କ ନାମ ବୀଣା ଶେଟ୍ଟୀ ବୋଲି ପୋଲିସ କହିଛି। ତାଙ୍କ ଝିଅ ର ନାମ ଯଶିକା, ଯାହାଙ୍କ ବୟସ 24 ବର୍ଷ ହୋଇଥିଲା । ଏହି ଲୋକମାନେ ଗୁରୁଗ୍ରାମର ଭର୍ଦ୍ଦମାନ ମନ୍ତ୍ର ସୋସାଇଟିରେ ରହୁଥିଲେ। ଏହାପୂର୍ବରୁ ଜୁଲାଇ 6 ରେ, ବୀଣା ଶେଟ୍ଟୀଙ୍କ ସ୍ୱାମୀ ହରି ଶେଟ୍ଟୀ ସେକ୍ଟର 53 ର ଏକ ହୋଟେଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ।

କିଛି ଦିନ ପୂର୍ବରୁ ପରିବାର ରେ ଆସିଥିଲେ ରହିବାକୁ।

ସୂଚନାନୁସାରେ, ହରି ଶେଟ୍ଟୀ ନିଜେ ଜଣେ ଟ୍ୟାକ୍ସ ବା ଆୟକର ପରାମର୍ଶଦାତା ହୋଇଥିବାବେଳେ ତାଙ୍କ ପତ୍ନୀ ଭେନା ଏକ ଘରୋଇ କମ୍ପାନୀର ବିକ୍ରୟ ବା ସେଲସ୍ ବିଭାଗରେ କାମ କରୁଥିଲେ ଏବଂ ଗୋଟିଏ ଝିଅ ଏମବିଏ ପାଠ ପଢୁ ଥିଲେ ଏବଂ ଅନ୍ୟଟି ଆଇନ ବା ଓକିଲାତି ବିଭାଗରେ ଅଧ୍ୟୟନ କରୁଥିଲେ। ତାଙ୍କ ପରିବାର କେବଳ ଜାନୁୟାରୀ 2021 ରେ ଏହି ସୋସାଇଟିରେ ରହିବାକୁ ଆସିଥିଲେ। ତିନିଜଣ ଆତ୍ମହତ୍ୟା କରିବା ପଛରେ କୌଣସି ଚାପ ଅଛି କି ନାହିଁ ଜାଣିବାକୁ ପୋଲିସ ଚେଷ୍ଟା କରୁଥିବା ଜଣା ପଡିଛି।

ସୋସାଇଟିର ମ୍ୟାନେଜର ଦେଖିଥିଲେ ମୃତଦେହ।

ଏଥି ସହିତ ସୋସାଇଟିର ମ୍ୟାନେଜର ବା ପରିଚାଳକ କହିଛନ୍ତି ଯେ ସେ ସେଠାରେ ପହଞ୍ଚିବା ପରେ ବୀଣା ଶେଟ୍ଟୀଙ୍କ ମୃତଦେହ ବାଥରୁମ ରୁ ଏବଂ ତାଙ୍କ ଝିଅ ୟଶିକାଙ୍କ ମୃତ ଦେହ ଶୋଇବା ଘରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହା ପରେ ସେ ତୁରନ୍ତ ପୋଲିସକୁ ଏ ବିଷୟରେ ଜଣାଇଥିଲେ। ମୃତଦେହକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, କିଛି ବିଷାକ୍ତ ଖାଦ୍ୟ ଖାଇବା ପରେ ମା ଓ ଝିଅ ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *