ସ୍ୱାସ୍ଥ୍ୟ ବୀମା କରୋନା ଭାଇରସ ପ୍ରଭାବିତଙ୍କ ପାଇଁ କେତେ ଉପଯୋଗୀ ?

ମୁମ୍ବାଇ: କେରଳରେ ତିନି ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି ସତ, ତଥାପି ସାରା ବିଶ୍ୱ କରୋନା ଭାଇରସ ଭୟରେ ଆତଙ୍କିତ । କରୋନା ଭାଇରସକୁ ନେଇ ଚାରିଆଡ଼େ ଉଚ୍ଚ ସତର୍କତା ଜାରି ହୋଇଥିଲାବେଳେ ଚୀନ ସମେତ ଅନେକ ଦେଶରେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି ।

କିନ୍ତୁ ଏଇଠି ଗୋଟିଏ ପ୍ରଶ୍ନ ଉଠୁଛି ଯେ, ସ୍ୱାସ୍ଥ୍ୟ ବୀମା କରିଥିବା ବ୍ୟକ୍ତି ଯଦି କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୁଅନ୍ତି, ତା’ହେଲେ ବୀମା ସେମାନଙ୍କୁ କି ପ୍ରକାର ସହାୟତା ଦେବ ? କରୋନା ଭାଇରସ ସମେତ ସମସ୍ତ ସଂକ୍ରାମକ ରୋଗ ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ବୀମା ପଲିସି ଅଧୀନରେ ରହିଛି ବୋଲି ଭାରତୀୟ ବୀମା ନିୟାମକ ତଥା ଆଇ.ଆର.ଡିଏ. (୪୪ ଟି ସାଧାରଣ ବୀମା କମ୍ପାନୀର ସର୍ବୋଚ୍ଚ ସଂସ୍ଥା) ଏନେଇ ମାର୍ଚ୍ଚ ୫ ତାରିଖ ଦିନ ସ୍ପଷ୍ଟୋକ୍ଟି ଦେଇଛନ୍ତି । । ସ୍ୱାସ୍ଥ୍ୟ ବୀମା ପଲିସି ସମସ୍ତ ପ୍ରକାରର ସଂକ୍ରାମକ ରୋଗକୁ ଅନ୍ତର୍ଭୁକ୍ତ କରିଥାଏ ବୋଲି ସାଧାରଣ ବୀମା ନୀତି ଉପରେ ସଚେତନତା କାର୍ଯ୍ୟକ୍ରମ କରୁଥିବା ସମୟରେ ଆଇ.ଆର.ଡିଏ.ର ଅଧ୍ୟକ୍ଷ ଏ.ଭି. ଗିରିଜା କୁମାର କହିଛନ୍ତି । ଏପରିକି ବୁଧବାର ଦିନ ସମସ୍ତ ବୀମା କମ୍ପାନୀମାନଙ୍କୁ କରୋନା ଭାଇରସକୁ ବର୍ତ୍ତମାନ ପଲିସି ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *