ପତ୍ନୀ ଏବଂ ପିଲାମାନଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ସ୍ଵାମୀ : ପରେ ନିଜ ଗଳା କାଟିଦେଲେ, ଜାଣନ୍ତୁ ଏହା ପଛର କ’ଣ ରହିଛି କାରଣ

ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ଶେଷରେ ନିଜ ଗଳା କାଟି ଦେଇଛି । ଏହି ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତେବେ ଆହତ ସମସ୍ତଙ୍କୁ ରତଲ୍ଲାମ୍ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁଣିବାକୁ ମିଳିଛି ଯେ ସାମାନ୍ୟ ପ୍ରସଙ୍ଗରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ।

ପୋଲିସ ଦେଇଥିବା ସୂଚନାନୁସାରେ ଖାଚରୋଦରେ ରହୁଥିବା ରାଧେଶ୍ୟାମ ହାତରେ ତୀକ୍ଷ୍ଣ ଅସ୍ତ୍ର ଧରି ବସିଥିଲେ । ଯେତେବେଳେ ପତ୍ନୀ ତାଙ୍କୁ ଉକ୍ତ ଅସ୍ତ୍ରକୁ କଡ଼କୁ ଥୋଇବାକୁ କହିଥିଲେ, ସେ ରାଗି ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା । ଦୀର୍ଘ ସମୟର ଯୁକ୍ତିତର୍କ ପରେ ସ୍ୱାମୀ ରାଧେଶ୍ୟାମ ନିଜ ହୋସ୍ ହରେଇ ବସିଲେ ଏବଂ ସେହି କାଠ କଟା ଧାରୁଆ ଅସ୍ତ୍ରରେ ପରିବାରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପତ୍ନୀ ମଞ୍ଜୁ, ୧୨ ବର୍ଷର ପୁଅ ସୁମିତ ଏବଂ ୧୫ ବର୍ଷର ଝିଅ ପ୍ରୀତିଙ୍କ ବେକରେ ଗଭୀର ଆଘାତ ଲାଗିଛି ।

ଫଟୋ ସୌଜନ୍ୟ : zee news

ପତ୍ନୀ ଏବଂ ପିଲାମାନଙ୍କୁ ଆକ୍ରମଣ କରିବା ପରେ ସ୍ୱାମୀ ରାଧେଶ୍ୟାମ ଅନ୍ୟ ଏକ କୋଠରୀକୁ ଚାଲିଗଲେ ଏବଂ ନିଜ ଗଳା କାଟିଦେଲେ । ଏହି କାରଣରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେଲା । ପୋଲିସ କହିଛି ଯେ ମୃତ ସ୍ୱାମୀ ମାନସିକ ସ୍ତରରେ ବିକ୍ଷିପ୍ତ ଥିଲା । ପୂର୍ବରୁ ମଧ୍ୟ ତାଙ୍କୁ ମସ୍ତିଷଗତ ଆଟାକ୍ ହେଇଛି । ଯେତେବେଳେ ତାଙ୍କୁ ଏହି ମାନସିକ ଆଟାକ୍ ହୁଏ ସେ ମାରପିଟ୍ କରିବା ଆରମ୍ଭ କରିଦିଅନ୍ତି । ତଥାପି ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *