ସଂସ୍କାର : ଆପଣ କେବେ ଦେଖିଛନ୍ତି କି ପକ୍ଷୀମାନେ ବି ନିଜର ହାତରେ ଖାଦ୍ୟ ଖାଇବାର ? ଯଦି ସେମାନଙ୍କର ହାତ ଥାଆନ୍ତା ଏବଂ ଯଦି ସେମାନେ ଖାଦ୍ୟ ଖାଇବା, ପାଣି ପିଇବା, ସେଲଫି ନେବା, ଆଉ ଆମ ଭଳି ଲାପଟପ୍ ଚଲାଇ ପାରନ୍ତେ ତେବେ କେମିତି ହୋଇଥାନ୍ତା କହିଲେ । ତେବେ ଆଜି ଆମେ ଆପଣଙ୍କୁ ଦେଖାଇବୁ କିଛି ଏମିତି ପକ୍ଷୀ, ଯାହାଙ୍କର ହାତ ଅଛି ଆଉ ସେମାନେ ମଣିଷ ଭଳି ସବୁ କାମ କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ ଯେ ପକ୍ଷୀମାନେ ମଧ୍ୟ ଆମ ଭଳି ହାତ ଦ୍ୱାରା ସମସ୍ତ କାମ କରନ୍ତି।

ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଆପଣ ନିଜର ହସ ନିୟନ୍ତ୍ରଣ କରିପାରିବେ ନାହିଁ। ଏହି ମଜାଳିଆ ଭିଡିଓ ଦେଖିବା ପରେ, ଆପଣଙ୍କର ଚିନ୍ତାଧାରା ମଧ୍ୟ ପକ୍ଷୀମାନଙ୍କ ପ୍ରତି ପରିବର୍ତ୍ତନ ହୋଇଯିବ।
ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମୁହଁରେ ନିଶ୍ଚୟ ହସ ଆସିଯିବ। ଏହି ଭିଡ଼ିଓଟିକୁ ଆପଣ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ। ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯଦିଓ ଏହି ଭିଡିଓ ସତ ନୁହେଁ, ତଥାପି ଏହା ଭାଇରାଲ୍ ହୋଇଛି। ତେବେ ଏହି ଭିଡ଼ିଓଟିକୁ କେହି ଜଣେ ଏଡିଟ୍ କରି ସୋସିଆଲ୍ ମିଡିଆରେ ସେୟାର କରିଛି। କିନ୍ତୁ ଆପଣଙ୍କୁ ଏହି ଭିଡିଓରେ ସୃଜନଶୀଳତା ଦେଖିବାକୁ ପଡିବ।
ଏହି ଭିଡିଓ ଟ୍ୱିଟରରେ ଡୋଗ୍ରା ଟିଶା ନାମକ ଜଣେ ୟୁଜର ଟ୍ୱିଟରେ ସେୟାର କରିଛନ୍ତି। ଏହି ଭିଡିଓ ସହିତ ସେ କ୍ୟାପସନ୍ ଦେଇଛନ୍ତି – ଯଦି ପକ୍ଷୀମାନଙ୍କର ହାତ ଥାଆନ୍ତା! ତେବେ ସେମାନେ ଆମ ଭଳି ସବୁ କାମ କରନ୍ତେ।