ସଂସ୍କାର : ଆଜିର ସମାଜରେ ଲୋକେ ବିନା କଷ୍ଟରେ କୋଟିପତି ହେବାକୁ ଇଚ୍ଛା କରିଥାନ୍ତି। ମାତ୍ର ସେମାନେ ହୋଇପାରନ୍ତିନି । କିନ୍ତୁ ଆଜି ଆମେ ଏପରି ଏକ ନୋଟ ବା ଟଙ୍କା ବିଷୟରେ ଏଠାରେ ଉଲେଖ କରିଛୁ, ଯାହାକୁ ସମ୍ପୂର୍ଣ୍ଣ ପଢିଲେ ହିଁ ଆପଣ କୋଟିପତି ନ ହେଲେ ନାହିଁ , ଆମର ଶତ ପ୍ରତିଶତ ପ୍ରତୁଶ୍ରିତୀ ଯେ, ଆପଣ ଲକ୍ଷପତି ନିଶ୍ଚିତ ହେବେ।

ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏକ ୨୦ ଟଙ୍କିଆ ନୋଟ ବିଷୟରେ ଏକ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁଯାୟୀ, ଆପଣଙ୍କୁ ସେହି ୨୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଫେରାଇବାକୁ ପଡିବ ଏବଂ ଏହାର ପ୍ରତିବଦଳରେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯିବ।ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିକଟରେ ୧୨ ଟି ଭିନ୍ନ ଭିନ୍ନ ନାମରେ ଭାରତୀୟ ମୁଦ୍ରା ନୋଟ ଜାରି କରିଥିଲା। ଏଥିରେ ୨୦ ଟଙ୍କା ମୂଲ୍ୟର ନୋଟ୍ ଅନ୍ତର୍ଭୁକ୍ତ ଥିଲା। ନିୟମ ଅନୁଯାୟୀ, ପ୍ରତ୍ୟେକ ନୋଟରେ ମୁଦ୍ରଣର ତାରିଖ ଏବଂ ଏହାର ବୈଧତା ବର୍ଷ ଲେଖାଯିବା ଉଚିତ୍। କିନ୍ତୁ ଘଟଣାଟି ହେଉଛି ଏହା ଯେ , ଏହି ୨୦ ଟଙ୍କିଆ ନୋଟରେ କୌଣସି ତାରିଖ ଏବଂ ବର୍ଷ ଲେଖାଯାଇନଥିଲା।
ସୂଚନାନୁସାରେ, ଯେତେବେଳେ ଏହି କଥା ସାମ୍ନାକୁ ଆସିଲା, ସେହି ସମୟରେ (୨୦୦୫ ମସିହାରେ), ସେହି ସମସ୍ତ ୨୦ ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର କରାଯାଇଥିଲା ଏବଂ ସେମାନଙ୍କ ସ୍ଥାନରେ ସମାନ ଡିଜାଇନ୍ ର ନୂଆ ୨୦ ଟଙ୍କିଆ ନୋଟ ବଜାରରେ ଜାରି କରାଯାଇଥିଲା ଏହା ପରେ ବି , ତାରିଖ-ବର୍ଷ ବିନା ୨୦ ଟଙ୍କାର ଅନେକ ନୋଟ୍ ଲୋକମାନଙ୍କ ପାଖରେ ବର୍ତ୍ତମାନ ବି ରହିଛି। ବର୍ତ୍ତମାନ ଆପଣ ଏହି ନୋଟ୍ ଗୁଡିକୁ ଫେରାଇ ଘରେ ବସି ହଜାର ହଜାର ଟଙ୍କା ରୋଜଗାର କରିପାରିବେ।
ଏହିପରି କରନ୍ତୁ ନୋଟ ଏକ୍ସଚେଞ୍ଜ :-
୧) ନୋଟ ଏକ୍ସଚେଞ୍ଜ ପାଇଁ, ପ୍ରଥମେ ଆପଣଙ୍କୁ ସର୍ଚ୍ଚ ଇଂଜିନ ଗୁଗଲକୁ ଯାଇ Leftovercurreny.com ୱେବସାଇଟ୍ ଖୋଲିବାକୁ ପଡିବ |
୨) ଏହା ପରେ ଆପଣଙ୍କୁ ‘Add to Wallet’ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ |
୩) ସେଠାରେ ଆପଣଙ୍କୁ କହିବାକୁ ପଡିବ ଯେ ଆପଣ 20 ଟଙ୍କା ତାରିଖ-ବର୍ଷ ବିନା କେତେ ନୋଟ୍ (20 ଟଙ୍କା ନୋଟ୍) ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି |
୪) ଆପଣ ଯେତେ ଅଧିକ ନୋଟ୍ ଏକ୍ସଚେଞ୍ଜ କରିବେ, ଆପଣଙ୍କ ୱାଲେଟରେ ସେତିକି ଅଧିକ ଟଙ୍କା ଯୋଡାଯିବ।
୫) ଏହି କାରବାରର ୫ ଦିନ ମଧ୍ୟରେ ଆପଣ ନିଜର ଲକ୍ଷ ଟଙ୍କା ପାଇବେ।