ସଂସ୍କାର : ପୂର୍ବକାଳରୁ ଅନେକ ଜ୍ଞାନୀଗୁଣି ଲୋକ ବହୁତ ଭଲ ଭଲ କଥା କହିବା ସହିତ କାଳୀ ଓ ତାଳପତ୍ରରେ ଲେଖିଛନ୍ତି ମଧ୍ୟ। ତେବେ ଚାଣକ୍ୟ ନୀତି ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ଚାଣକ୍ୟ ନୀତି ଅନୁସାରେ , ଜଣେ ବ୍ୟକ୍ତି ଯଦି ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ତାକୁ ହାନି ହେବାରୁ କେହି ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି। ଆଉ ଶତ୍ରୁ ବେଶରେ ବି ମିତ୍ର। ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରଣା ଦେଇଥାଏ। ଚାଣକ୍ୟ ନୀତି ଆପଣଙ୍କୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି। ତେବେ ଚାଣକ୍ୟ କହିଥିବା ଏହି ତିନୋଟି ଅଭ୍ୟାସ ନ ଛାଡ଼ିଲେ ଆପଣଙ୍କର ସମ୍ମାନରେ ହାନି ହେବ।
୧) ନିନ୍ଦା କରିବା : କିଛି ଲୋକଙ୍କର ଅନ୍ୟର ନିନ୍ଦା କରିବାର ଅଭ୍ୟାସ ରହିଛି। ଏମାନେ କେବେ ବି କାହାର ଭଲ ଦେଖିପାରନ୍ତି ନାହିଁ । ସର୍ବଦା ଅନ୍ୟର ନିନ୍ଦା କରିଥାନ୍ତି। ଏମିତି ଲୋକ ସର୍ବଦା ଅନ୍ୟ ଆଗରେ ନିଜର ମାନ ସମ୍ମାନ ହାନି କରିଥାନ୍ତି । ଏହି ଅଭ୍ୟାସକୁ ଶୀଘ୍ର ଛାଡ଼ିଦେବା ଦରକାର । ନଚେତ ଅପମାନିତ ହେବେ ।
୨) ମିଛ କହିବା : ଜୀବନରେ ଯଦି ମାନ ସମ୍ମାନ ପାଇବାର ଅଛି ତେବେ ମିଛ ଠାରୁ ଦୂରରେ ରୁହନ୍ତୁ । ସର୍ବଦା ସତ କୁହନ୍ତୁ ଓ ସତର ସାଥୀ ଦିଅନ୍ତୁ । ସତ କହୁଥିବା ବ୍ୟକ୍ତିଙ୍କ ଉପରେ ଲୋକଙ୍କର ଭରଷା ବଢ଼େ ଓ ସେମାନଙ୍କ ଠାରୁ ନ୍ୟାୟ ଆଶା କରାଯାଇଥାଏ । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ କି କଥା କଥାରେ ମିଛ କହିଥାନ୍ତି । ଏମିତି ଲୋକ କେବଳ ନିଜର କାମ ଉଠାଇବାକୁ ମତଲବ ରଖିଥାନ୍ତି । ନିଜର ସ୍ୱାର୍ଥ ପାଇଁ ସର୍ବଦା ମିଛ କହିଥାନ୍ତି । ଏମିତି ଲୋକଙ୍କୁ କେବେ କେହି ସମ୍ମାନ ଦେଇ ନଥାଏ ।
୩) କଥା ବଢ଼େଇ କରି କହିବା : କିଛି ଲୋକ ନିଜର ଜୟ ଜୟକାର ଶୁଣାଇବା ପାଇଁ ବଢ଼ାଇ ଚଢ଼ାଇ କହିଥାନ୍ତି । ନିଜକୁ ଖୁବ୍ ଯୋଗ୍ୟ, ସମଝଦାର ଓ ବୁଦ୍ଧିମାନ ବୋଲି ଜଣାଇବା ପାଇଁ ଲୋକଙ୍କ ସମ୍ମୁଖରେ ନିଜକୁନିଜେ ଟେକି କରି କହିଥାନ୍ତି । ତେବେ ଏମାନେ ବେଶୀ ଦିନ ପର୍ଯ୍ୟନ୍ତ ଏମିତି ରହିପାରି ନଥାନ୍ତି । ଯେତେବେଳେ ଲୋକେ ଜାଣି ଯାଆନ୍ତି ସେତେବେଳେ ବିଶ୍ୱାସ କରିନଥାନ୍ତି । ଫଳରେ ସମ୍ମାନ ହାନି ହୋଇଥାଏ । ତେଣୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ଦରକାର।