ସଂସ୍କାର :- ସାବଧାନ! ଆପଣ ଭୁବନେଶ୍ୱରରେ ରହି କୌଣସି ଏକ ନାମୀଦାମୀ ଘରୋଇ (ପ୍ରାଇଭେଟ୍) କମ୍ପାନୀରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ବୁଲୁଛନ୍ତି ଲୁଟେରା। ପ୍ରଥମେ ଲୁଟେରା ମାନେ ଆପଣଙ୍କର ମୋବାଇଲ ନମ୍ବରକୁ କୌଣସି ସ୍ଥାନରୁ ପ୍ରାପ୍ତ କରିବେ। ଆପଣଙ୍କ ସହ ଆଜ୍ଞା ଆପଣ କହି ଫୋନରେ ବାର୍ତ୍ତାଳପ କରିବେ। ଯଦି ଆପଣ ସେମାନଙ୍କ କଥାରେ ଫସିଗଲେ ତେବେ, ଆପଣଙ୍କ ଠାରୁ ଟଙ୍କା ଖସେଇବା ପାଇଁ ସେମାନଙ୍କୁ ବେଶି ସମୟ ଲାଗିବ ନାହିଁ। ପୁରାପୁରି ଇମୋସନାଲ୍ କଥା କହି ସେମାନେ ଆପଣଙ୍କ ଠାରୁ ପାଖାପାଖି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଝଡାଇବେ। ତା’ପରେ ମୋବାଇଲ ନମ୍ବର ସୁଇଚ୍ ଅଫ୍ ଆଉ ସେମାନେ ଉଭାନ।
![](https://sanskarnetwork.in/odia/wp-content/uploads/2021/08/IMG_20210804_152243.jpg)
ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରୁ। ଜଣେ ୨୨ ବର୍ଷୀୟ ଯୁବତୀ ଫସିଯାଇଛନ୍ତି ଏଭଳି ଏକ ଲୁଟେରାଙ୍କ ଜାଲରେ। ଆଉ ଏହାର ଖୋଦ ପ୍ରମାଣ ଲାଗିଛି ”ସଂସ୍କାର ନ୍ୟୁଜ୍” ହାତରେ।
ଯୁବତୀ ଜଣଙ୍କ କହିବା ଅନୁଯାୟୀ, ଗୋଟିଏ ବ୍ୟକ୍ତି 76539 92844 ନମ୍ବରରେ ତାଙ୍କୁ ଫୋନ୍ କରିଥିଲେ। ଆଉ କହିଥିଲେ ଆପଣ କୌଣସି ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଯୁବତୀ ଜଣଙ୍କ ସେହି ଲୁଟେରାଙ୍କ କଥାରେ ହଁ ଭରିଲେ ଆଉ ପଚାରିଲେ କେଉଁ ଘରୋଇ କମ୍ପାନୀରେ ନିଯୁକ୍ତି ସୁଯୋଗ ରହିଛି। ସେହି ଲୁଟେରା ଜଣକ କହିଲେ ମୁଁ ଜଣାଇ ଆପଣଙ୍କୁ ହ୍ବାଟ୍ସ ଆପ୍ ରେ ମେସେଜ କରୁଛି।
![](https://sanskarnetwork.in/odia/wp-content/uploads/2021/08/IMG_20210806_194258.jpg)
ଏହି ଲୁଟେରା ଜଣକ କିଛି ସମୟ ପରେ ହ୍ବାଟ୍ସ ଆପ୍ ରେ ମେସେଜ କରି ଯୁବତୀଙ୍କୁ କହିଲେ , ଭୁବନେଶ୍ୱରର ପଟିଆସ୍ଥିତ ” ଟେକ୍ ମହିନ୍ଦ୍ରା” କମ୍ପାନୀରେ ” ରିସେପ୍ସନିଷ୍ଟ ” ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଆଉ ଆମ କମ୍ପାନୀ ଏହି କମ୍ପାନୀ ସହିତ ଟାଇ ଅପ୍ କରିଛି। ତେଣୁ ଆମେ ଆପଣଙ୍କୁ ଏଠାରେ ଚାକିରୀ ଦେଇପାରିବୁ ଆଉ ଆପଣଙ୍କ ଟ୍ରେନିଂ ସମୟରେ ଦରମା ରହିବ ୧୦ ହଜାର ଆଉ ଟ୍ରେନିଂ ପରେ ପାଇବେ ୧୨ ହଜାର। ଯେହେତୁ ଯୁବତୀ ଜଣଙ୍କ ଭୁବନେଶ୍ୱରକୁ ନୂଆ ଆସିଥିଲେ ତାଙ୍କୁ କୌଣସି ଏକ ଚାକିରୀ ଦରକାର ଥିଲା ତେଣୁ ସେ ମଧ୍ୟ ଏହି ଲୁଟେରାଙ୍କ କଥାରେ ହଁ ଭରିଲେ। ତାପରେ ଏହି ଲୁଟେରା ବ୍ୟକ୍ତି ଫୋନ କାଟିଦେଲେ। ଆଉ ଫୋନ କାଟିବା ପୂର୍ବରୁ ସେହି ଯୁବତୀଙ୍କୁ କହିଥିଲେ ମୁଁ ସେହି କମ୍ପାନୀର ମାନବ ସମ୍ବଳ (HR) ବିଭାଗ ସହ କଥା ହୋଇ ଆପଣଙ୍କୁ ଜଣାଉଛି।
![](https://sanskarnetwork.in/odia/wp-content/uploads/2021/08/IMG_20210806_194425.jpg)
କିଛି ଘଣ୍ଟାର ବ୍ୟବଧାନ ପରେ ସେହି ଲୁଟେରା ଜଣକ ଯୁବତୀଙ୍କୁ ଫୋନ କରି କହିଲେ ଆପଣଙ୍କ ଚାକିରୀ ହୋଇଗଲା ଆଉ ଆପଣଙ୍କ CV ସହ documents ସେଣ୍ଡ ମୋତେ ହ୍ବାଟ୍ସ ଆପ୍ କରନ୍ତୁ। ଏହି କାଗଜପତ୍ର ଗୁଡ଼ିକ ଯୁବତୀ ଜଣକ ସେହି ଲୁଟେରାଙ୍କୁ ପଠେଇବା ପରେ ଆରମ୍ଭ ହୋଇଗଲା ଟଙ୍କା ପଇସାର କଥାବାର୍ତ୍ତା।
![](https://sanskarnetwork.in/odia/wp-content/uploads/2021/08/IMG_20210806_194123-1.jpg)
ପୁରାପୁରି ଇମୋସନାଲ୍ ଭାବରେ ଲୁଟେରା ଜଣକ କହିଲେ ଆପଣଙ୍କର ଚାକିରୀ ହୋଇଯାଇଛି , ଆଉ ଆପଣଙ୍କୁ ଆମର registration fees ଦେବାକୁ ପଡିବ। ଯାହାର ମୂଲ୍ୟ ୫୦୦୦ ଟଙ୍କା। ଆଉ ଆପଣଙ୍କ ପାଇଁ କିଛି କାଟିକି ମୁଁ ୩୦୦୦ ଟଙ୍କା ନେବି। ଆଉ ସେପଟେ ଏକ ଚାକିରୀ କରିବା ପାଇଁ ଇଛୁକ ଥିବା ଯୁବତୀ ତାଙ୍କୁ ପ୍ରଥମେ ୨୫୦୦ ଓ ପରବର୍ତ୍ତୀ ସମୟରେ ୫୦୦ ଟଙ୍କା ଫୋନ ପେ’ ମାଧ୍ୟମରେ ଛାଡି ଥିଲେ।
![](https://sanskarnetwork.in/odia/wp-content/uploads/2021/08/IMG_20210720_080652-818x1024.jpg)
କିନ୍ତୁ କାମ ଦେବ ଦେବ କହି ଆଜିକୁ ୧ ମାସ ହେବ ସେ ଲୋକ ଆଉ ଫୋନ୍ ଉଠାଉ ନାହାନ୍ତି ବୋଲି ଯୁବତୀ ଜଣକ ଆମ ପ୍ରତିନିଧିଙ୍କୁ କହିଛନ୍ତି। ତେବେ ଯୁବତୀ ଭୁବନେଶ୍ୱରକୁ ନୂଆ ଆସିଥିବାରୁ ସେ ପୋଲିସ ଥାନାରେ ଅଭିଯୋଗ କରିବାକୁ ଡର ପ୍ରକାଶ କରୁଛନ୍ତି। କାଳେ କୌଣସି ଅସୁବିଧା ହୋଇଯିବ।
![](https://sanskarnetwork.in/odia/wp-content/uploads/2021/08/IMG_20210806_194037.jpg)
ତେବେ ଯୁବତୀ ଜଣକ କହିଛନ୍ତି ଯେ, ତାଙ୍କୁ ତାଙ୍କର ଟଙ୍କା ଦରକାର। ସେ ଚାକିରୀ ପଛେ ନ ହଉ। ତେବେ ପ୍ରଶ୍ନ ଉଠୁଛି ଏହା ଯେ, କେବଳ ଏହି ଯୁବତୀ ନୁହଁ , ଆମ ରାଜଧାନୀ ଭୁବନେଶ୍ବରରେ ଏପରି ଅନେକ ଯୁବକ ଆଉ ଯୁବତୀ ଅଛନ୍ତି ଯେଉଁମାନେକି ଏପରି ଲୁଟେରାଙ୍କର ଶିକାର ହୋଇଛନ୍ତି। ତେବେ ଏମାନଙ୍କୁ ଦଣ୍ଡ ଦେବ କିଏ ? ଏପରି ବଡ଼ ବଡ଼ ନାମ ଥିବା କମ୍ପାନୀଙ୍କ ନାମ ନେଇ ଏହି ଲୁଟେରା ମାନେ ଭଲ ରୋଜଗାର କରୁଛନ୍ତି। ଆଉ ଏହି ନାମ ଥିବା ପ୍ରାଇଭେଟ୍ କମ୍ପାନୀ ମାନେ କିପରି ଏହି ଲୁଟେରାଙ୍କ ବିଷୟରେ ଜାଣିପାରୁ ନାହାଁନ୍ତି। ତାହା ଏକ ବଡ଼ ପ୍ରଶ୍ନ ?