କରୋନା ମହାମାରୀକୁ ବିତିଗଲାଣି ପ୍ରାୟ ୮ ମାସ । ସାରା ବିଶ୍ଵ ଏଇ ମହାମାରୀକୁ ନେଇ ଯାବତୀୟ ସଚେତନ ହେବାବେଳେ ଆମ ଦେଶରେ ଆରମ୍ଭ ହୋଇଥିଲା ଫୋନ କଲରଟ୍ୟୁନ୍ । ଯେତେବବେଳେ ଯାହାକୁ ବି ଆପଣ କଲ୍ କରନ୍ତୁ ପ୍ରଥମେ ଶୁଣିବାକୁ ମିଳୁଛି କରୋନାକୁ ସଚେତନ ବାର୍ତ୍ତା ଯାହା ଶୁଣି ଶୁଣି ଗ୍ରାହକମାନେ ବିରକ୍ତ ହୋଇସାରିଲେଣି ।
ତେବେ ଏଇ କିଛି ଦିନ ତଳୁ ଉକ୍ତ କଲରଟ୍ୟୁନ୍ ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ କଣ୍ଠରେ ଶୁଣିବାକୁ ମିଳୁଛି । କୌଣସି ଜରୁରୀ କାମରେ ଆପଣ କାହାକୁ କଲ୍ କରୁଥିଲେ ଆପଣଙ୍କୁ ପ୍ରଥମେ ୧ ମିନଟ୍ ଯାଏ ଶୁଣିବାକୁ ମିଳିବ କରୋନା ସଚେତନତା ବାର୍ତ୍ତା । ଏହା ଶୁଣାଉଛି ଆପଣଙ୍କ ସିମ୍ ପ୍ରୋଭାଇଡର କମ୍ପାନୀ । ଏହାକୁ ବନ୍ଦ କରିବାକୁ ଚାହୁଁଥିଲେ ଆପଣଙ୍କୁ କେତୋଟି କାର୍ଯ୍ୟ କରିବାକୁ ପଡ଼ିବ ।
ଯଦି ଆପଣ BSNL ନମ୍ବର ବ୍ୟବହାର କରୁଥାନ୍ତି ତେବେ “UNSUB” ଲେଖି ୫୬୭୯୯ କିମ୍ବା ୫୬୭୦୦ କୁ ପଠାଇ ଦିଅନ୍ତୁ । ସେମାନେ ଆପଣଙ୍କୁ ଏକ କନଫର୍ମ ମେସେଜ ପଠାଇବେ ଯାହାକୁ ଗ୍ରହଣ କଲାପରେ ସେଥିରେ ଆପଣଙ୍କୁ କଲରଟ୍ୟୁନ ବନ୍ଦ କରିବାକୁ ପ୍ରଶ୍ନ ପଚରା ଯିବ । ଆପଣ ସହମତ ହେଲେ ଆପଣଙ୍କ କରୋନା କଲରଟ୍ୟୁନ ବନ୍ଦ ହୋଇଯିବ ।

ଯଦି ଆପଣ ଜଣେ JIO ତେବେ “STOP” ଲେଖି ୧୫୨୨୩ କୁ ମେସେଜ କରନ୍ତୁ । ଏହା ପରେ ଆପଣଙ୍କ ନିକଟକୁ ଏକ କନଫର୍ମ ମେସେଜ ଆସିବ । ଏହିପରି ଆପଣ ଆପଣଙ୍କ କଲରଟ୍ୟୁନ୍ ବନ୍ଦ କରିପାରିବେ ।
ଯଦି ଆପଣ AIRTEL ଗ୍ରାହକ ତେବେ ନିଜ ମୋବାଇଲରେ *646*224# ଲେଖି କଲ କରନ୍ତୁ । ଏହାପରେ ୧ ବଟନ୍ ଦବାଇ ଦିଅନ୍ତୁ । ଏହାପରେ ଆପଣଙ୍କ ନିକଟକୁ ଏକ କନଫର୍ମ ମେସେଜ ଆସିବ ଯାହାକୁ କନଫର୍ମ କରିଦେଲେ ଆପଣଙ୍କ ମୋବାଇଲରୁ କରୋନା କଲରଟ୍ୟୁନ୍ ହଟିଯିବ ।
ଏହାବ୍ୟତୀତ ଆଉ ଏକ ସହଜ ଓ ସରଳ ଉପାୟ ଅଛି ଯାହାକୁ ଯେକେହି ଉପଭୋକ୍ତା ବ୍ୟବହାର କରିପାରିବେ । ତାହା ହେଲା ଯେତେବେଳେ ଆପଣ କାହାକୁ କଲ୍ କରୁଛନ୍ତି ଓ ସେପଟେ କରୋନାକୁ ନେଇ ସଚେତନତା ବାର୍ତ୍ତା ଆରମ୍ଭ ହେଇଯାଉଛି ତୁରନ୍ତ ୧ ବଟନ୍ ଦବେଇ ଦିଅନ୍ତୁ । ଦେଖିବେ କରୋନା ସଚେତନତା ବାର୍ତ୍ତା ବନ୍ଦ ହୋଇଯିବ ।