ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ପହଞ୍ଚିଲା ଅନ୍ତିମ ମ୍ୟାଚରେ, କିନ୍ତୁ ଟ୍ରଫି ଏବେବି ଦୂରରେ

ଟି-୨0 ବିଶ୍ୱକପର ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ମୋଟ 85 ରନ୍‌ରେ ଭାରତକୁ ପରାସ୍ତ କରିଦେଇଛି । ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ହାତେଇ ନେଇଛି ଅଷ୍ଟ୍ରେଲିଆ ।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨0 ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କଲା ପରେ ଭାରତ ସମ୍ମୁଖରେ ବିଶ୍ୱକପ ଟ୍ରଫି ବିଜୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲା ୧୮୫ ରନ୍ । ଏହାର ଜବାବରେ କିନ୍ତୁ ଭାରତୀୟ ମହିଳା ଦଳ ୧୯.୧ ଓଭରରେ ମାତ୍ର ୯୯ ରନ୍ ସଂଗ୍ରହ କରିପାରିଲା । ୨୦୧୦, ୨୦୧୨, ୨୦୧୪, ୨୦୧୮ ପରେ ଏଥର ବି ପଞ୍ଚମ ଥର ପାଇଁ ନିଜ ରେକର୍ଡକୁ ବଜାୟ ରଖିଲା ଅଷ୍ଟ୍ରେଲିଆ ।  

ତଥାପି ଖୁସିର କଥା ଯେ ଆୟୋଜକ ଦଳ ଅର୍ଥାତ ଅଷ୍ଟ୍ରେଲିଆ ଦଳ ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସତ୍ତ୍ୱେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ଖେଳୁଥିଲେ । ଭାରତୀୟ ଦଳର ଦୀପ୍ତି ଶର୍ମା ଭାରତ ପାଇଁ ୩୩ ରନ୍ ସଂଗ୍ରହ କରିଥିବାବେଳେ ସେମାନଙ୍କ ବ୍ୟତୀତ ବେଦ କୃଷ୍ଣମୂର୍ତ୍ତି ୧୯ ଓ ରିଚା ଘୋଷ ୧୮ ରନ କରିଥିବାବେଳେ ସ୍ମୃତି ମଣ୍ଡନା ୧୧ ରନ ସ୍କୋର କରିଥିଲେ । ଅଷ୍ଟ୍ରେଲିଆ ପାଇଁ ମେଗାନ୍ ସ୍କଟ୍ ୪ଟା ଏବଂ ଜେସ୍ ଜୋନାସନ୍ ୩ଟା, ସୋଫି ମୋଲିନେକ୍ସ, ଡେଲିସା କିମିନ୍ସ ଏବଂ ନିକୋଲା କାରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *