ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା ଯେଉଁଠି ପଶୁଠାରୁ ହୀନ ବ୍ୟବହାର ହୋଇଛି ମଣିଷ ସହିତ । କୁକୁର ଭଳି ଗଳାରେ ବନ୍ଧା ହୋଇଛି ଷ୍ଟିଲ ପଟା ଏବଂ ରଖାଯାଇଛି ପକ୍ଷୀ ଭଳି ଲୁହା ପଞ୍ଜୁରୀ ଭିତରେ । ଜେମ୍ସ ରବର୍ଟ ଡେଭିସ ନାମକ ଜଣେ ୪୦ ବର୍ଷର ବ୍ୟକ୍ତି ନିଜ ଘରେ ଯୌନ ଦାସୀ ଭାବରେ ୬ ଜଣ ମହିଳାଙ୍କୁ ରଖିଥିଲେ ଯେଉଁମାନଙ୍କ ସହିତ ପଶୁଠାରୁ ବି ହୀନ ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଛି । ଏହାପରେ ପୋଲିସ ଗିରଫ କରିଛି ଅଭିଯୁକ୍ତକୁ ।
ଉକ୍ତ ଅଭିଯୁକ୍ତ ଜଣକ ସେନାରେ କାମ କରିଥିଲେ । ଫେଡେରାଲ ପୋଲିସ ଜେମ୍ସକୁ ଗ୍ରାମୀଣ ଅଞ୍ଚଳରେ ଥିବା ତାଙ୍କ ଘରେ ଚଢାଉ କରି ଗିରଫ କରିଛି । ତେବେ ଗିରଫ ବେଳେ ପୋଲିସକୁ ମିଳିଛି ଘର ଭିତରୁ ଅନେକ ସନ୍ଦିଗ୍ଧ ତଥା ଆପତ୍ତିଜନକ ଜିନିଷ । ପୋଲିସର କହିବାନୁସାରେ, ଅଭିଯୁକ୍ତ ଯୁବକ ନିଜକୁ ହାଉସ ଅପ୍ କେଡିଫରର ମୁଖ୍ୟ ବୋଲି କହୁଥିଲା । ସେପଟେ ଜଣେ ପୀଡ଼ିତାଙ୍କ ବୟାନସେ ସେ କହିଛନ୍ତି ଯେ ଡେଭିସ ତାଙ୍କ ବେକରେ ଏକ ଷ୍ଟିଲର ପଟା ବାନ୍ଧି ମେଟଲାର ଏକ ପଞ୍ଜୁରୀ ଭିତରେ ତାଙ୍କୁ କଏଦ କରି ରଖିଥିଲା ।
ଅଷ୍ଟ୍ରେଲିଆର ଫେଡରାଲ ପୋଲିସ ଜେମ୍ସ ରବର୍ଟ ଡେଭିସର ବିଶାଳକାୟ ଘରର ଏକ ଫଟୋ ପ୍ରକାଶ କରିଛି । ଏତେ ବଡ଼ ଘର ଥିଲା ଡେଭିସର ଯେ ପୋଲିସ ଚଢାଉ କଲାବେଳେ ତାକୁ ପୁରା ୧୫ ଘଣ୍ଟା ସମୟ ଲାଗିଥିଲା । ଡେଭିସ କାଠରେ ଛୋଟ ଛୋଟ ଘର ତିଆରି କରିଥିଲା ଯାହା ତାର ମୁଖ୍ୟ ଘରଠାରୁ ଦୂରରେ ଥିଲା । ପ୍ରତ୍ୟେକ କାଠ ଘରେ ସିଙ୍ଗିଲ ବେଡ୍ ଥିଲା । ଚଢାଉ ବେଳେ ପୋଲିସ ଏଭଳି ୪ଟି କାଠ ଘର ପାଇଲା ଯାହା ଉପରେ ମହିଳାଙ୍କ ନାଁ ଖୋଦେଇ ହୋଇଥିଲା ।
ସୂଚନାଥାଉ ଯେ ୧୭ ବର୍ଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଡିଫେନ୍ସ ଫୋର୍ସରେ ଅଭିଯୁକ୍ତ ଡେଭିସ କାମ କରି ସାରିଛନ୍ତି । ହେଲେ ୨୦୧୨ ରୁ ୨୦୧୫ ଭିତରେ ମହିଳାଙ୍କୁ ଗୋଲାମ କରି ରଖୁଥିଲେ ସେ । ସେମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ସହିତ ମାନସିକ ଏବଂ ଯୌନ ନିର୍ଯ୍ୟାତନା ବି ଦେଉଥିଲା । ଏମିତିକି ସେମାନଙ୍କୁ ସେକ୍ସ ୱାର୍କର କରିଦେଇଥିଲେ ଏବଂ କୌଣସି ଟଙ୍କା ମଧ୍ୟ ଦେଉ ନଥିଲେ । ଯିଏ ଖସିଯିବାକୁ ଚେଷ୍ଟା କରିଥିଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ପୋଲିସ ପ୍ରମାଣ ଭାବରେ ବହୁ ଫୋନ୍, କ୍ୟାମେରା ଓ କମ୍ପ୍ୟୁଟର ଜବତ କରିଛି ।
ଯୌନ ଦାସୀ କରିଥିବା ମହିଳାଙ୍କୁ କନଟ୍ରାକ୍ଟ ଭାବରେ ତାଙ୍କ ଦସ୍ତଖତ ନେଇଯାଇଥିଲା ଅଭିଯୁକ୍ତ ଯେଉଁଥିରେ ଲେଖା ହୋଇଥିଲା ମହିଳାମାନେ ନିଜ ଇଛାରେ ଡେଭିସଙ୍କ ପାଖରେ ଅଛନ୍ତି । ତେବେ ପୋଲିସର କହିବାନୁସାରେ,ଔପଚାରିକ ଭାବରେ କେବଳ ଜଣେ ପୀଡ଼ିତା ହିଁ ଏ ଶୋଷଣ ନେଇ ଅଭିଯୋଗ କରିଛନ୍ତି । ହେଲେ ୨୦୧୮ରେ ଡେଭିସ ଏକ ଟିଭି ଶୋ’ରେ ଭାଗ ନେଇ କହିଥିଲେ ଯେ ସେ ରୋପ୍ ପରଫରମର, ଫେଶିସ୍ ଫଟୋଗ୍ରାଫର, ବିଡିଏସ୍ଏମ୍ ରାଇଟର, କିଙ୍କ୍ ଏଜୁକେଟର ଓ କନସେଣ୍ଟ ଆଡଭୋକେଟ୍ ।