ଚୋରି କେତେ ପ୍ରକାରର ଶୁଣିଥିବେ କିନ୍ତୁ ପ୍ରଥମେ ପ୍ରାୟ କୋଟିଏ ଟଙ୍କା ତା’ ପାଇଁ ଖର୍ଚ୍ଚ କରିବା ଖବର ବୋଧେ ପ୍ରଥମ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ରାଜଧାନୀ ଜୟପୁର ସ୍ଥିତ ବୈଶାଳୀ ନଗର ଥାନା ଅଞ୍ଚଳରୁ । ଚୋରି କରିବା ପାଇଁ ଚୋରମାନେ ୨୦ ଫୁଟ୍ ଲମ୍ୱର ସୁଡ଼ଙ୍ଗ ଖୋଳିଥିଲେ ଏବଂ ଲୁଟି ନେଇଥିଲେ ଟି ବଡ଼ ବାକ୍ସରେ ଲୁଚାଇ ରଖାଯାଇଥିବା କୋଟି କୋଟି ଟଙ୍କାର ରୂପା ।
ମିଳିଥିବା ସୂଚନା ଅନୁସାରେ ସହରର ପ୍ରସିଦ୍ଧ ହେୟାରପ୍ଲାଣ୍ଟ ବିଶେଷଜ୍ଞ ଡକ୍ଟର ସୁନୀତ୍ ସୋନୀଙ୍କ ଘରୁ ଚୋରି କରିଛନ୍ତି । ପ୍ରଥମେ ଚୋରମାନେ ଏହି ଡାକ୍ତରଙ୍କ ଘର ପଛପଟେ ୯୦ ଲକ୍ଷ ଟଙ୍କା ଦେଇ ଏକ ଘର କିଣିଥିଲେ । ଘରର କାନ୍ଥକୁ ଖୋଳି ରୁପା ରଖାଯାଇଥିବା ସ୍ଥାନ ପାଖକୁ ଏକ ସୁଡ଼ଙ୍ଗ ଖୋଳିଥିଲେ ଯାହା ଡାକ୍ତରଙ୍କ ଘରର ବେସ୍ମେଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା । ତେବେ ଚୋରି ହେବାର ଦୁଇଦିନ ପରେ ଯାଇ ଡାକ୍ତର ଏହି ଚୋରି ହେବା କଥା ଜାଣିବାକୁ ପାଇଲେ ଏବଂ ଶୁକ୍ରବାର ଦିନ ଥାନାରେ FIR ଦାୟର କଲେ ।
![](https://sanskarnetwork.in/odia/wp-content/uploads/2021/02/silver-jwellery.jpg)
ପୋଲିସ ଦେଇଥିବା ରିପୋର୍ଟ ଅନୁଯାୟୀ ଡାକ୍ତର ସୋନୀ ୩ ମାସ ପୂର୍ବରୁ ୩ ବାକ୍ସରେ ରୂପା ଭର୍ତ୍ତି କରି ନିଜ ଘରର ବେସ୍ମେଟ୍ରେ ମାଟି ଖୋଳି ପୋତି ଦେଇଥିଲେ । କେବଳ ସେତିକି ନୁହେଁ ତା ଉପରେ ଏକ କଂକ୍ରିଟ୍ର ଢଳେଇ କରିଥିଲେ ହେଲେ କେମିତି କେଜାଣି ଏହାର ସୂଚନା ଚୋରଙ୍କ ପାଖରେ ପହଞ୍ଚି ଯାଇଥିଲା । ତେବେ ଉଦ୍ଧାର ହୋଇଥିବା ରୂପାର ଓଜନ ପ୍ରାୟ ୪୦୦ କିଲୋଗ୍ରାମ ।