ତାଜା ଖବର ଅନୁଯାୟୀ ଓଡ଼ିଶାର 4ର୍ଥ କରୋନା ଆକ୍ରାନ୍ତଙ୍କ ଯାତ୍ରା ସମ୍ପର୍କରେ ସୂଚନା ମିଳିଛି । ମାର୍ଚ୍ଚ ୧୮ ତାରିଖରେ ବ୍ୟକ୍ତି ଜଣକ ଦୁବାଇରୁ କଲିକତା ଯାତ୍ରା କରିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଟ୍ୟାକ୍ସି ଧରି ହାଉଡ଼ା ଷ୍ଟେସନକୁ ଯାଇଥିଲେ ଓ ରେଳରେ ହାଉଡ଼ାରୁ ଭଦ୍ରକ ଯାଇଥିଲେ । ଭଦ୍ରକରେ ପହଞ୍ଚିବା ପରେ ଅଟୋରେ ଘରକୁ ଯାଇଥିଲେ ।
କୌଣସି କରୋନା ଜନିତ ଲକ୍ଷଣ ଦେଖାଯାଉ ନଥିଲେ ମଧ୍ୟ ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଏକାନ୍ତବାସରେ ରଖାଯାଇଥିଲା । ପରୀକ୍ଷା ପାଇଁ ତାଙ୍କ ନମୁନା ମଧ୍ୟ ପରୀକ୍ଷାଗାର ପଠାଯାଇଥିଲା । ସେ COVID-୧୯ ପଜିଟିଭ ବୋଲି ମାର୍ଚ୍ଚ ୩୧ରେ ଜଣାପଡ଼ିଛି ।
ଏ ବ୍ୟକ୍ତି ଜଣକ ଦୁବାଇରୁ କଲିକତା ଦେଇ ଭଦ୍ରକରେ ଥିବା ନିଜ ଘରେ ପହଞ୍ଚିବା ଭିତରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ, କିନ୍ତୁ ଏନେଇ ସୁବ୍ରୋତୋ ବାଗଚି ସ୍ପଷ୍ଟ କରିବେ ବୋଲି ସୂଚନା ମିଳିଛି । ଏହାଛଡ଼ା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ଛାନବିନ ଆରମ୍ଭ ହୋଇସାରିଛି ।