ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଏହି ସବୁ ଜିଲ୍ଲାରେ ହେବ କାଳବୈଶାଖୀ ! ପାଣିପାଗ କେନ୍ଦ୍ର ଦେଲା ସତର୍କ ସୂଚନା

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା । ଆସନ୍ତାକାଲି ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ ଜୋର୍‌ରେ ପବନ ବହିବା ସହିତ ବିଜୁଳି-ଘଟଘଡ଼ି-ବର୍ଷା ହେଇପାରେ ।

ସେହିପରି ୧୧ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଏବଂ ୧୨ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୁଚେଇ ଦେଇଛି ।

ତେବେ ଏହାଦ୍ଵାରା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ହ୍ରାସ ଘଟିବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ପାଣିପାଗ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ମିଳିଥିବା ସୂଚନାନୁଯାୟୀ ଗତକାଲି ରାଜ୍ୟର ୯ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ଆଜି ସୁନ୍ଦରଗଡ଼ ଛଡ଼ା ସମସ୍ତ ଜିଲ୍ଲା‌ରେ ପାରଦ ୪୦ ଡିଗ୍ରୀ ତଳକୁ ଖସି ଆସିଛି ।

ରାଜ୍ୟର ସର୍ବାଧିକ ତାପମାତ୍ରା ଆଜି ସୁନ୍ଦରଗଡ଼ଠାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ପାରଦ ୩୬ ଡିଗ୍ରୀ ଉପରେ ରହିଥିବା‌ବେଳେ ରାତିରେ ତାପମାତ୍ରା ଖସି ଆସିଥିଲା । ଆଜି ମଧ୍ୟ ପ୍ରାୟ ଦେଢ଼ ଡିଗ୍ରୀ ପାରଦ ଖସି ତାପମାତ୍ରା ୩୪.୯ ଡିଗ୍ରୀ ହୋଇଯାଇଛି ।

Leave a Reply

Your email address will not be published. Required fields are marked *