ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ରେ ଖେଳିଥିବା 4 ଭାଇ ମଧ୍ୟରୁ ବିଶ୍ୱ ରେକର୍ଡ ସୃଷ୍ଟି କଲେ କେବଳ ସ୍ପିନର ଭାଇ…

Krunal Pandya recorded the fastest fifty by a player on ODI debut in India vs England 1st ODI

ଆପଣ ଜାଣିଥିବେ ଯେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇ ଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ODI ଖେଳା ଯାଇଥିଲା, ଭାରତୀୟ ଦଳ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ୍ ହରାଇ 317 ରନ୍ ସଂଗ୍ରହ କରିଛି। ଜବାବରେ ଇଂଲଣ୍ଡ 42 ଓଭରରେ 251 ରନରେ ଅଲଆଉଟ୍ ହୋଇଯାଇଥିଲା, ଏବଂ ଭାରତ ଇଂଲଣ୍ଡକୁ 66 ରନରେ ହରାଇ ଦିନିକିଆ ସିରିଜ କୁ 1-0 ରେ ଆଗୁଆ ରହିଛି।

ଭାରତ ପାଇଁ ଶିଖର ଧାଓ୍ 106 ନ 106 ବଲରୁ 97 ରନ ସଂଗ୍ରହ କରିଛନ୍ତି ଏବଂ କେଏଲ ରାହୁଲ ମଧ୍ୟ 43 ବଲରୁ 62 ରନ ସଂଗ୍ରହ କରିଛନ୍ତି ଏବଂ କ୍ରୁନାଲ ପାଣ୍ଡ୍ୟା ମଧ୍ୟ 31 ବଲରୁ ଭାରତ ପାଇଁ 58 ରନ୍ ସଂଗ୍ରହ କରିଛନ୍ତି ଏବଂ କ୍ରୁନାଲ ପାଣ୍ଡ୍ୟା ଙ୍କ ନାମରେ ଗୋଟିଏ ସ୍ୱତନ୍ତ୍ର ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି।

ନିଜର ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ କ୍ରୁନାଲ ପାଣ୍ଡ୍ୟା ଏକ ସ୍ୱତନ୍ତ୍ର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ 26 ବଲରୁ ଏକ ଦ୍ରୁତ ପଚାଶ କରିଥିଲେ ଏବଂ ଏହା ସହ ସେ ODI ଡେବ୍ୟୁ ଆନ୍ତର୍ଜାତୀୟ ମ୍ୟାଚରେ ଦ୍ରୁତତମ ପଚାଶ ରନ କରିବାରେ ଖେଳାଳି ହୋଇପାରିଛନ୍ତି । ସେ 31 ବଲରୁ ୭ ଚୌକା ଓ ୨ ଛକା ସହାୟତାରେ 58 ରନ୍ କରି ଆଉଟ୍ ହୋଇନଥିଲେ।

ଦୁଇ ଦଳରେ ଦୁଇ ଦୁଇ ଭାଇ ପଡ଼ି଼ଆକୁ ଓଲ୍ହାଇଥିଲେ, ଭାରତ ପକ୍ଷରୁ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଧିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା) ଓ ଇଂଲଣ୍ଡ ପକ୍ଷରୁ କରନ ବ୍ରଦର୍ସ (ସାମ କରନ ଓ ଟମ କରନ) ନିଜ ନିଜ ଟିମ ରେ ସ୍ଥାନ ପାଇଥିଲେ। 4 ଭାଇ ମଧ୍ୟରୁ କେବଳ କ୍ରୁନାଲ ହିଁ ସ୍ପିନ୍‌ ବୋଲିଂ କରୁଛନ୍ତି। ଅନ୍ୟ ୩ ଜଣ ସ୍ପିଡ୍‌ ବୋଲିଂ କରନ୍ତି।

Leave a Reply

Your email address will not be published. Required fields are marked *