ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ ଲତା ମଙ୍ଗେଶକର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ବାର୍ତ୍ତା ପଠେଇ କହିଛନ୍ତି – “ଏ ପ୍ରତିଶ୍ରୁତି ପୂରଣ କରିବେ”

ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକର ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଭିଡ଼ିଓ ବାର୍ତ୍ତା ପଠାଇଛନ୍ତି । ସୋସିଆଲ ମିଡ଼ିଆ ଟ୍ଵିଟର ହ୍ୟାଣ୍ଡେଲରେ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ନମସ୍କାର ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ । ଆପଣଙ୍କ ପାଇଁ ମୋର ଏ ରାକ୍ଷୀ । ଭିଡ଼ିଓ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପ୍ରତିଶ୍ରୁତି ମାଗିଛନ୍ତି ।

ଭିଡ଼ିଓରେ ଲତା ମଙ୍ଗେଶକର କହିଛନ୍ତି ଯେ ‘ନରେନ୍ଦ୍ର ଭାଇ ! ଆଜି ମୁଁ ରାକ୍ଷୀର ଏ ଶୁଭ ଅବସରରେ ଆପଣଙ୍କୁ ପ୍ରଣାମ କରୁଛି । ମୁଁ ଆଜି ରାକ୍ଷୀ ପଠାଇ ପାରିଲିନାହିଁ ଯାହାର କାରଣ ସମଗ୍ର ବିଶ୍ୱ ଜାଣେ । ଆପଣ ଆମ ଦେଶ ପାଇଁ ଏତେ କାମ କରିଛନ୍ତି ଏବଂ ଏତେ ଭଲ କଥା ସବୁ କରିଛନ୍ତି ଯାହାକୁ ଦେଶବାସୀ କେବେ ଭୁଲିପାରିବେ ନାହିଁ । ଆଜି ଭାରତର ଲକ୍ଷ କୋଟିଏ ମହିଳାଙ୍କ ହାତ ଆଗେଇ ଆସିବ ଆପଣଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ହେଲେ ବାନ୍ଧି ପାରିବା କଷ୍ଟ । ଆପଣ ବୁଝିପାରିବେ ଓ ଯଦି ସମ୍ଭବ ଏହି ରାକ୍ଷୀ ଅବସରରେ ଆମକୁ ପ୍ରତିଶୃତି ଦିଅନ୍ତୁ ଯେ ଆପଣ ଭାରତକୁ ଆହୁରି ଉଚ୍ଚକୁ ନେଇଯିବେ । ନମସ୍କାର ।’

ସୂଚନାଯୋଗ୍ୟ ଯେ ସୁଗାୟିକା ଲତା ମଙ୍ଗେଶକରଙ୍କୁ ଏ ନାମ ଏମିତି ହିଁ ମିଳିନି । ଘରେ ଚାରି ଭାଇଭଉଣୀଙ୍କ ଭିତରେ ଜ୍ୟେଷ୍ଠ ଲତା ପିଲାଦିନରୁ ସାନ ଭାଇଭଉଣୀମାନଙ୍କୁ ଭଲପାଆନ୍ତି । ତା’ପରେ ତାଙ୍କ ଭିତରର ଭଉଣୀପଣ ଓ ମମତା ହିଁ ତାଙ୍କୁ ବଲିଉଡ ଏବଂ ସଙ୍ଗୀତ ଜଗତର ସମସ୍ତ ଭଉଣୀ ବନାଇଦେଲା । ସେ ୨୮ ସେପ୍ଟେମ୍ବର ୧୯୨୯ ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ । ଲତା ମଙ୍ଗେଶକର ଏକ ଏମିତି ନାମ ଯାହା ସଙ୍ଗୀତ ଏବଂ ସରଳତାର ପର୍ଯ୍ୟାୟଭୁକ୍ତ ।

Leave a Reply

Your email address will not be published. Required fields are marked *