ଝିଅ ଜନ୍ମ କରିଥିବା ପିତାଙ୍କ ପାଇଁ ଖୁସି ଖବର । ଝିଅ ବାହାଘରକୁ ନେଇ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଭାରତୀୟ ଜୀବନ ବୀମା ନିଗମର “କନ୍ୟାଦାନ ପଲିସି” ନେବା ପରେ ଅନେକ ସମସ୍ୟା ଦୂର ହୋଇଯିବ । ଦେଶର ସବୁଠାରୁ ବଡ଼ ତଥା ସରକାରୀ ବୀମା କମ୍ପାନୀ LIC ର ଅନେକ ଯୋଜନା ରହିଛି । ଏହା ଭିତରେ ରହିଛି ଏକ ଏମିତି ପଲିସି ଯେଉଁଥିରେ ଆପଣଙ୍କୁ ଜମା କରିବାକୁ ପଡ଼ିବ ପ୍ରତିଦିନ କେବଳ ୧୨୧ ଟଙ୍କା । ଏହି ପଲିସିର ନାଁ “କନ୍ୟାଦାନ ପଲିସି” ।
ସୂଚନା ଅନୁସାରେ ଉତ୍ତର ପ୍ରଦେଶରେ ଅନେକ ଲୋକ ଏହି LIC ର ନୂଆ ପିଲିସିର ଲାଭ ଉଠାଉଛନ୍ତି । ଦିନକୁ ୧୨୧ ଟଙ୍କା ଅର୍ଥାତ୍ ପ୍ରତି ମାସରେ ୩୬୦୦ ଟଙ୍କା ଜମା କରିବାକୁ ହେବ । ଚାହିଁଲେ ତେବେ ଆପଣ ପ୍ରିମିୟମ୍ କମ୍ ମଧ୍ୟ କରିପାରିବେ । ଯଦି ଆପଣ ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ମିଳିବ । ଏହାବ୍ୟତୀତ ଯଦି ପଲିସି ନେବା ପରେ ପଲିସି ନେଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବାକୁ ପଡ଼ିବନି । ଏମିତିକି ଝିଅକୁ ମିଳିବ ୧ ଲକ୍ଷ ଟଙ୍କା । ଏହାବ୍ୟତୀତ ୨୫ ବର୍ଷ ପୂରା ହେବା ମାତ୍ରେ ପଲିସିର ନୋମିନିଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା ।

ତେବେ ସୂଚନାନୁସାରେ ଏହି ପଲିସି ନେବା ପାଇଁ କିଛି ସର୍ତ୍ତ ରହିଛି । ସର୍ତ୍ତ ଅନୁସାରେ ପଲିସି ନେବା ବ୍ୟକ୍ତିଙ୍କ ବୟସ ଅତିକମରେ ୩୦ ବର୍ଷ ହେବା ଉଚିତ୍ ଏବଂ ଝିଅର ବୟସ ୧ ବର୍ଷ । ଝିଅର ବୟସ ଅନୁସାରେ ପଲିସିର ସମୟ ସୀମା ହ୍ରାସ ପାଇବ ଏବଂ ପ୍ରିମିୟମ୍ ବଢିଯିବ । ଏହି ପଲିସିର ଅବଧି ୨୫ ବର୍ଷ ରହିଥିବା ବେଳେ ପ୍ରିମିୟମ୍ ଭରିବାକୁ ହେବ ମାତ୍ର ୨୨ ବର୍ଷ । ପଲିସି ନେବାକୁ ହେଲେ ଦରକାର ପଡ଼ିବ ଆଧାର କାର୍ଡ, ଆୟ ପ୍ରମାଣ ପତ୍ର, ପରିଚୟ ପତ୍ର, ଆଡ୍ରେସ୍ ପ୍ରୁଫ୍ ଓ ପାସପୋର୍ଟ ସାଇଜ ଫଟୋ । ଏହା ସହିତ ସାଇନ୍ ହୋଇଥିବା ଆବେଦନ ଫର୍ମ ଓ ପ୍ରଥମ ପ୍ରିମିୟମ୍ ପାଇଁ ଗୋଟିଏ ଚେକ୍ ବା କ୍ୟାଶ୍ ସହିତ ଜନ୍ମ ପ୍ରମାଣ ପତ୍ର ମଧ୍ୟ ଆବଶ୍ୟକ ହେବ ।