ସଂସ୍କାର: ବିବାହ ପରେ ଅଧିକାଂଶ ମହିଳା ଓ ପୁରୁଷ ଅନୈତିକ ସମ୍ପର୍କ ରଖୁଥିବାର ଖବର ପ୍ରତିଦିନ ଦେଖାଯାଇଥାଏ। ଏମିତି ହିଁ ଏକ ଅନୈତିକ ସମ୍ପର୍କର ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୭ ବର୍ଷର ସମ୍ପର୍କରେ ଲାଗିଲା ପୂର୍ଣ୍ଣଛେଦ। ଦୁଇଟି ସନ୍ତାନର ମାଆ ହୋଇ ମଧ୍ୟ ଜଣେ ମହିଳା ପଡୋଶୀ ଘରର ପୁରୁଷଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ। ପ୍ରେମ ସହ ତାଙ୍କୁ କରୁଥିଲେ ଖଟରେ ଲିପ୍ କିସ୍। ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜ ଶୋଇବା ଘରକୁ ପୁରୁଷ ବନ୍ଧୁକୁ ଆଣି ସ୍ତ୍ରୀ କରୁଥିଲା ନିଜର ଶାରୀରିକ ଭୋକକୁ ସନ୍ତୁଷ୍ଟ।
ତେବେ ଏହି କାମ କରିବା ସମୟରେ ସେ ଭୁଲି ଯାଇଥିଲା ଯେ, ଘରେ ତାର ସ୍ୱାମୀ ଲଗାଇଛି ସିସି କ୍ୟାମେରା। ସ୍ୱାମୀକୁ ଧୋକା ଦେଇ ପଡ଼ୋଶୀ ଘରର ପୁରୁଷଙ୍କ ସହ ରାତି ରାତି ଧରି ମିଶିବାକୁ ଯାଉଥିଲେ ସ୍ତ୍ରୀ। ଆଉ ଏହି କଥାକୁ ସବୁ ରେକର୍ଡ କରିଦେଲା ଘରେ ଲାଗିଥିବା ସିସିଟିଭି । ପରେ ସ୍ୱାମୀ ଏସବୁ ଘଟଣା ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ମୁଣ୍ଡରେ ଚଡକ ପଡିଲା ପରି ଲାଗିଲା।
କିନ୍ତୁ ସ୍ତ୍ରୀର ଇଚ୍ଛା ଆଗରେ ହାର ମାନି ସ୍ୱାମୀ ବାଧ୍ୟ ହେଲେ ଚୁପ ରହିବା ପାଇଁ। କାରଣ ମହିଳା ଜଣକ ଚାହୁଁଥିଲେ ଯେ, ସେ ପଡୋଶୀ ଘରର ପୁରୁଷକୁ ଦ୍ୱିତୀୟ ବିବାହ କରିବେ। ଆଉ ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବେ। ତେଣୁ ସେ ନିଜର ପ୍ରଥମ ସ୍ୱାମୀକୁ ଧୋକା ଦେଇ ଏହି କାମରେ ଲିପ୍ତ ହୋଇଯାଇଥିଲେ। ସ୍ତ୍ରୀ ନିକଟରୁ ଏଭଳି ଧୋକା ଖାଇବା ପରେ ସ୍ୱାମୀ ଶେଆର୍ କରିଥିଲେ ତାଙ୍କର ଏହି ଦୁଃଖ କାହାଣୀ ।