ଲକଡାଉନ ସମୟରେ ଜୈସଲମେର ପୋଖରାନ୍ ଫାୟାରିଂ ରେଞ୍ଜ ଭିତର ଦେଇ ତିଆରି ହୋଇଥିବା ବେଆଇନ କଚ୍ଚା ରାସ୍ତା ଦେଇ ବୁଧବାର ବିଳମ୍ବିତ ରାତିରେ ଟ୍ରାକ୍ଟରରେ ଚାରା ଭର୍ତ୍ତି କରି ୩ ଜଣ ଲୋକ ଯାଉଥିଲେ । ରାସ୍ତାରେ ସେମାନଙ୍କୁ ମିଳିଲା ବୋମା ପରି ଦେଖାଯାଉଥିବା ଗୋଟେ ବସ୍ତୁ । ତା ସହିତ ଖେଞ୍ଚଖେଞ୍ଚି କରୁଥିବାବେଳେ ବିସ୍ଫୋରଣ ହେଲା ଯେଉଁଥିରେ ସେମାନଙ୍କର ପୋଷାକ ଖଣ୍ଡ ଖଣ୍ଡ ହୋଇ ପବନରେ ଉଡ଼ିଲା । ବିସ୍ଫୋରଣର ଶବ୍ଦ ଶୁଣି ନିକଟସ୍ଥ ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ଉଚ୍ଚ ସେନା ଅଧିକାରୀ ଓ ରାମଦେବରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲେ ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଲକଡାଉନ ହେତୁ ଭାରତୀୟ ସେନାର ପୋଖରାନ ଫାୟାରିଂ ରେଞ୍ଜରେ ଗୁଳି ବିନିମୟ ବନ୍ଦ ରହିଛି । ତେଣୁ ଅନ୍ୟ ଅଞ୍ଚଳକୁ ଯା’ଆସ ପାଇଁ ଗ୍ରାମବାସୀ ଅନେକ ବେଆଇନ କଚ୍ଚା ରାସ୍ତା ବାହାର କରିଥିଲେ । ଗତ କିଛି ଦିନ ଧରି ଏହି ରାସ୍ତା ଦେଇ ଟ୍ରାଫିକ ଚାଲିଥିଲା । ବୁଧବାର ବିଳମ୍ବିତ ରାତିରେ ତେଣୁ ଗାଁର ୩ ଜଣ ଯୁବକ ଏହି ରାସ୍ତାରେ ଟ୍ରାକ୍ଟର ଟ୍ରଲିରେ ଚାରା ଭର୍ତ୍ତି କରି ଅନ୍ୟ ଗାଁରୁ ନିଜ ଗାଁକୁ ଫେରୁଥିଲେ ।
ଟ୍ରାକ୍ଟରକୁ ଅଟକାଇ ଏମାନେ ବୋମା ପରି ଦିଶୁଥିବା ବସ୍ତୁକୁ ଖୁମ୍ପୁରାଖୁମ୍ପୁରି କରିବାରୁ ବୋମାଟି ବିସ୍ଫୋରଣ ହୋଇଗଲା । ଫଳରେ ୩ ଜଣଙ୍କ ପୋଷାକ ଖଣ୍ଡ ଖଣ୍ଡ ହେଇ ପବନରେ ଉଡ଼ିଗଲା ଏବଂ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହେଲା । କୁହାଯାଉଛି ଯେ ଏହି ବୋମା ବହୁତ ଶକ୍ତିଶାଳୀ ଥିଲା ଓ ସମ୍ଭବତ ଏହା ଏକ ସେନା ଟାଙ୍କି କିମ୍ବା ଏକ ବନ୍ଧୁକ ଥିଲା ଯାହା ଗୁଳି ଚଳାଇବା ସମୟରେ ଛିଣ୍ଡି ଯାଇଥାଇପାରେ ।
ସୂଚନା ଅନୁଯାୟୀ ମୃତ ବ୍ୟକ୍ତିମାନେ ଯୋଧପୁର ଜିଲ୍ଲାର ଟେକରା ଗାଁର ବାସିନ୍ଦା । ମାଗା ରାମ ମେଘୱାଲ (୩୫), ପୁର ରାମ ମେଘୱାଲ (୩୦) ଏବଂ ଫାଗା ରାମ ମେଘୱାଲ (୧୮) ବୋଲି ଜଣାପଡିଛି । ସେମାନେ ଡେଲାସରରୁ ଚାରା ଭର୍ତ୍ତି ଟ୍ରାକ୍ଟର ଧରି ନିଜ ଗାଁ ଟେକରା ଯାଉଥିଲେ । ପୋଲିସ ଅଧୀକ୍ଷକ କିରଣ କାଙ୍ଗ କହିଛନ୍ତି ଯେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଓ ଏହି ଘଟଣା ସମ୍ପର୍କରେ ସେନାକୁ ମଧ୍ୟ ସୂଚନା ଦିଆଯାଇଛି । ସମଗ୍ର ଘଟଣାର ଅନୁସନ୍ଧାନ କରାଯାଉଛି ।