ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର ଗୁମର ଖୋଲିଲା : ମହେଶ ଭଟ୍ଟଙ୍କ ଏସୋସିଏଟ୍ କଲେ ବଡ଼ ଖୁଲାସା

ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ପରିବାର ସମେତ ସମ୍ପର୍କୀୟ ଏବେ ମଧ୍ୟ ଏ ଘଟଣାକୁ ସହଜେ ଗ୍ରହଣ କରିପାରୁନାହାନ୍ତି । କେହି ବିଶ୍ୱାସ କରିପାରୁନାହାନ୍ତି ଯେ ସୁଶାନ୍ତ ସିଂ ଏଭଳି ଏକ ପଦକ୍ଷେପ ନେଇପାରନ୍ତି ବୋଲି । ତାଙ୍କର ଏ ଆତ୍ମହତ୍ୟା ଘଟଣା ପରେ କିନ୍ତୁ ସୋସିଆଲ ମିଡ଼ିଆରେ ପ୍ରଶ୍ନମାନଙ୍କର ଉଠିଛି ଝଡ଼ । ନିର୍ଦେଶକ ମହେଶ ଭଟ୍ଟ ନିକଟତର ଏସୋସିଏଟ ଏବଂ ଲେଖକ ସୁହିତ୍ରା ସେନଗୁପ୍ତା ଏକ ନୂଆ ଖୁଲାସା କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ସୁଶାନ୍ତଙ୍କୁ ଅଜବ ଆବାଜ ଶୁଭୁଥିଲା ।

ଏକଦା ସୁଶାନ୍ତ ସିଂ ମହେଶ ଭଟ୍ଟଙ୍କ ସଡ଼କ-୨ ରେ ଅଭିନୟ କରିବା ପାଇଁ ସାକ୍ଷାତ କରିବାକୁ ଆସିଥାନ୍ତି । ସେ ବହୁତ କଥା ହେଲେ, ପ୍ରତ୍ୟେକ ବିଷୟରେ ଆଲୋଚନା କଲେ । କ୍ଵାଣ୍ଟମ ଫିଜିକ୍ସ ହେଉ କିମ୍ବା ସିନେମା ସୁଶାନ୍ତ ସବୁ ବିଷୟରେ ଆଲୋଚନା କରିବାକୁ, ଲୋକଙ୍କ ସହ ମିଶିବାକୁ, କଥାବାର୍ତ୍ତା କରିବାକୁ ବହୁତ ପସନ୍ଦ କରନ୍ତି । ସେତେବେଳେ ମହେଶ ଭଟ୍ଟ ଜାଣି ସାରିଥିଲେ ଯେ ତାଙ୍କ ଅବସ୍ଥା ପରବୀନ ବବି ଭଳି ହୋଇଗଲାଣି ଏବଂ କେବଳ ଔଷଧ ହିଁ ତାଙ୍କୁ ଠିକ୍ କରିପାରିବ ବୋଲି ସୁହିତ୍ରା ସେନଗୁପ୍ତା ନ୍ୟାସନାଲ ହେରାଲଡ ଇଣ୍ଡିଆ ସହିତ କଥାବାର୍ତ୍ତା କଲାବେଳେ କହିଛନ୍ତି  ।

ରିୟା ଚକ୍ରବର୍ତ୍ତୀ ଯେତେ ସମୟ ସୁଶାନ୍ତଙ୍କ ସହିତ ଥିଲେ ତାଙ୍କୁ ଠିକ୍ ସମୟରେ ଔଷଧ ଖାଇବାକୁ ମନେପକାଇ ଦେଉଥିଲେ ହେଲେ ସୁଶାନ୍ତ ଔଷଧ ଖାଇବାକୁ ମନା କରିଥିଲେ । ପାଖାପାଖି ବର୍ଷେ ହେବ ସୁଶାନ୍ତ ବାହାର ଦୁନିଆରୁ ନିଜ ସମ୍ପର୍କ ଛିନ୍ନ କରି ସାରିଥିଲେ । ରିୟା ତାଙ୍କ ସହିତ ଥିଲେ ସତ, ତଥାପି ସେ ରିୟାଙ୍କ ସହିତ ଅଧିକ ସମୟ ରହି ପାରୁନଥିଲେ । ସୁଶାନ୍ତଙ୍କୁ ଅଜବ ଆବାଜ ଶୁଭୁଥିଲା ଓ ସେ ଅନୁଭବ କରି ସାରିଥିଲେ ଯେ ଲୋକେ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ବି ସୁହିତ୍ରା ସେନଗୁପ୍ତା କହିଛନ୍ତି ।

ଦିନେ ସୁଶାନ୍ତ ଓ ରିୟା ତାଙ୍କ ଘରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ଦେଖୁଥିଲେ ଓ ରିୟାଙ୍କୁ କହିଥିଲେ ଯେ, “ମୁଁ ଅନୁରାଗ କଶ୍ୟପଙ୍କ ଫିଲ୍ମକୁ ମନା କରିଦେଇଛି, ଏଣୁ ଏବେ ସେ ମୋତେ ମାରିଦେବେ ।“ ସୁଶାନ୍ତଙ୍କ ଏଭଳି କଥା ଶୁଣି ରିୟାଙ୍କୁ ଡର ଲାଗିଥିଲା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ମହେଶ ଭଟ୍ଟ ଏ ସମ୍ପର୍କରେ ଜାଣିବାକୁ ପାଇଲେ ସେ ତୁରାନର ରିୟାଙ୍କୁ ସୁଶାନ୍ତଙ୍କ ଠାରୁ ଦୂରେଇବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *