ସାମ୍ନାକୁ ଆସିଲା ଲଜ୍ୟାକର ଘଟଣା । ହରିୟାଣାର ଯମୁନାନଗର ଜିଲ୍ଲାରେ ଭାଇ-ଭଉଣୀ ଭଳି ପବିତ୍ର ସମ୍ପର୍କରେ କାଳିମା ବୋଲିଲା ନାବାଳକ ଭାଇ । ମାନସିକ ରୋଗଗସ୍ତ ନିଜ ରକ୍ତର ଭଉଣୀକୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା ୧୬ ବର୍ଷିୟ ନାବାଳକ ଭାଇ । ଯେତେବେଳେ ଭଉଣୀର ଦେହ ଖରାପ ହେଲା ଏବଂ ବାପମା’ ତାକୁ ହସ୍ପିଟାଲ ନେଲେ ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଲା । ଘଟଣା ଜଣାପଡ଼ିଲା ପରେ ପୋଲିସ ଆସି ରେକର୍ଡ଼ କଲା ପୀଡ଼ିତାଙ୍କ ବୟାନ ଏବଂ ଆରମ୍ଭ କଲା ତଦନ୍ତ ।
ସୂଚନା ଅନୁଯାୟୀ ପୀଡ଼ିତାର ବାପମା’ କାମ ପାଇଁ ବାହାରିଯିବା ପରେ, ନାବାଳକ ଭାଇ ତାର ନିଜ ମାନସିକ ଅସୁସ୍ଥ ଭଉଣୀ ସହିତ ଦୁଷ୍କର୍ମ କରେ । ତେବେ ଶୁକ୍ରବାର ଦିନ ଝିଅ ଶରୀରରେ ଅସ୍ଵାଭାବିକ ପରିବର୍ତ୍ତନ ଦେଖି ବାପମା’ ତୁରନ୍ତ ତାକୁ ହସ୍ପିଟାଲ ନେଇଯାଇଥିଲେ । ଡାକ୍ତର ଯାଞ୍ଚ କରି ଯାହା କହିଲେ ତାହା ଶୁଣି ପରିବାର ଲୋକେ ହତବାକ୍ ହେଇଗଲେ । କାରଣ ନାବାଳିକା ଝିଅ ତାଙ୍କର ଥିଲା ୫ ମାସର ଗର୍ଭବତୀ ।
![](https://sanskarnetwork.in/odia/wp-content/uploads/2020/12/rape.jpg)
ପୀଡ଼ିତାକୁ ଯେତେବେଳେ ପଚରାଗଲା ସେ ଉତ୍ତର ଦେଲା ଯେ ବାପମା’ କାମ ପାଇଁ ବାହାରକୁ ଯିବା ସମୟରେ ଭାଇ ତା’ ସହିତ ଭୁଲ୍ କାମ କରେ । ବିରୋଧ କଲେ ତାକୁ ଧମକ ଦିଏ ଆଉ ଚୁପ୍ ରହିବାକୁ କୁହେ । ବିଗତ ଅନେକ ମାସ ଧରି ଏହା ଚାଲି ଆସୁଥିଲା । ତେବେ ଏପରି ବୟାନ ପାଇ ପୋଲିସ ଅଧିକାରୀ ଜସବୀର ସିଂ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ।