ରାସ୍ତାରେ ଚାଲିଚାଲି ଫେରୁଥିଲେ ମା’-ପୁଅ : ଚାପିଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଉଭୟଙ୍କ ଜୀବନ

ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘଟଣାରେ କେତେ ଜୀବନ ଅସମୟରେ ମୃତ୍ୟୁକୁ ଭେଟୁଛି । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ପଡ଼ିଆବାହାଲରୁ ଆସିଛି ପୁଣି ଏକ ଛାତିଥରା ଖବର । ସମ୍ବଲପୁରରୁ ଦେବଗଡ଼ ପଟ ଦେଇ ଯାଉଥିବା ଏକ ମାଲବାହୀ ଟ୍ରକ ରାସ୍ତାରେ ଚାଲିଚାଲି ଯାଉଥିବା ମା’ଛୁଆଙ୍କୁ ଚାପି ଦେଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଘଟଣାସ୍ଥଳରେ ହିଁ ୨ ବର୍ଷର ପୁଅ ସହିତ ମାଆ ଆଖି ବୁଜିଥିଲେ ।

ଖବର ମୁତାବକ ମୃତକଙ୍କ ଘର ନିକଟସ୍ଥ ବଡ଼ତୁରାଙ୍ଗ ଗାଁରେ । ମହିଳା ଜଣଙ୍କ ଗୋଟିଏ ଟେଲର ଦୋକାନକୁ ଆସିଥିଲେ ଓ କାମ ସାରି ଘରକୁ ଫେରୁଥିଲାବେଳେ ଘଟିଛି ଏହି ଦୁର୍ଘଟଣା । ତେବେ ଘଟଣାସ୍ଥଳରେ ପହଞ୍ଚି ସଦର ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଟ୍ରକଟିକୁ ବି ଜବତ କରିଛି । ହେଲେ ସବୁଥର ପରି ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ।

Leave a Reply

Your email address will not be published. Required fields are marked *