ମୁଁ ଦୁଷ୍ଟ ପିଲା, ମୁଁ ବହୁତ ଖରାପ.. ସାତ ବର୍ଷର ପୁଅକୁ ହତ୍ୟା କରିବା ପୂର୍ବରୁ ପୁଅ ହାତରେ ଏହା ଲେଖାଇଲା ମାଆ

ସଂସ୍କାର : ୭ ବର୍ଷର ଶିଶୁକୁ ହତ୍ୟା କଲା ମାଆ। ଆଉ ହତ୍ୟା କରିବା ପୂର୍ବରୁ ତା’ ପୁଅ ହାତରେ ଯାହା ଲେଖାଇଛି ତାକୁ ପଢି ସ୍ଥାନୀୟ ପୋଲିସ ବି ଅବାକ୍ ହୋଇଯାଇଛି। ଆମେ କହୁଛୁ ବ୍ରାଜିଲର ଗୋଟିଏ ଛୋଟ ପିଲାକୁ ତାର ମାଆ ହତ୍ୟା କରିବା ଘଟଣା ବିଷୟରେ। ତେବେ ମୃତ୍ୟୁ ଘଟିଥିବା ପୁଅର ଏକ ହାତ ଲେଖା ଡାଏରୀ ପୋଲିସ ହାତରେ ଲାଗିଛି। ଆଉ ସେ ଡାଏରୀରେ ଯାହା ଲେଖା ହୋଇଛି ତାହାକୁ ପଢି ପୋଲିସ ବି ଆଶ୍ଚର୍ଯ୍ୟ। ଡାଏରୀରେ ଲେଖା ହୋଇଛି ଯେ, ” ମୁଁ ଜଣେ ଦୁଷ୍ଟ ପିଲା, ମୁଁ ଖରାପ, ମୁଁ ନିଷ୍ଠୁର , ମୁଁ ଜାଣେ ନାହିଁ କାହାକୁ କିପରି ସ୍ନମାନ ଦିଆଯିବା ଦରକାର, ମୁଁ ଏକ ଲୋଭନୀୟ ପୁଅ” ଏପରି ଅନେକ ଲେଖା ଏହି ଡାଏରୀରେ ଲେଖା ହୋଇଛି।

ତେବେ ଏହି ଛୋଟ ପିଲାଟିର ମାଆ , ପିଲାଟିକୁ ନିର୍ଯ୍ୟାତନା ଦେଉଥିବାର ମଧ୍ୟ ଅଭିଯୋଗ ହୋଇଛି। ବ୍ରାଜିଲ ପୋଲିସର କହିବା ମୁତାବକ , ମିଗୁଏଲ୍ ର ଜଣେ ୨୬ ବର୍ଷୀୟ ମହିଳା ଯାହାର ନାମ ୟସ୍ମିନ୍ ତାଙ୍କ ପୁଅକୁ ‘ମୁଁ ଜଣେ ମୂର୍ଖ’ ପରି ଲେଖା ଲେଖିବାକୁ ବାଧ୍ୟ କରୁଥିଲେ | ଛୋଟ ପିଲାଟିକୁ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ। ହତ୍ୟା ପୂର୍ବରୁ ସେ ମଧ୍ୟ ସମାନ ଲେଖା ଲେଖିବାକୁ କହିଥିଲେ। ପିଲାଟିକୁ ମାଡ଼ ମାରୁଥିଲେ।

ଯେତେବେଳେ ପୋଲିସ କଠୋର ଭାବେ ପଚରାଉଚରା କଲା ସେହି ସମୟରେ ୟସ୍ମିନ୍ ତାଙ୍କ ଅପରାଧ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ ପିଲାଟିକୁ ବ୍ୟାଗରେ ରଖି ନଦୀରେ ଫିଙ୍ଗିବା ପୂର୍ବରୁ ତାଙ୍କୁ ଆଣ୍ଟିଡେପ୍ରେସାଣ୍ଟ ସହିତ ନିଶା ଔଷଧ ଦେଇଥିଲେ।

ତେବେ ସୂଚନା ରହିଛି ଯେ, ଛାଡପତ୍ର ପରେ ପୁଅର ଦାୟିତ୍ୱ ମା’ଙ୍କ ନିକଟକୁ ଆସିଥିଲା। ଏଥିରେ ରାଗିଯାଇ ସେ ହତ୍ୟା ଯୋଜନା କରିଥିଲେ। ମା ନିଜ ପ୍ରେମିକ ସହିତ ରହୁଥିଲେ। ପୋଲିସ ଏକ ଭିଡିଓ ମଧ୍ୟ ପାଇଛି ଯେଉଁଥିରେ ପିଲାଟିର ମାଆ ତାର ପ୍ରେମିକ ସହିତ ମିଶି ପିଲାଟିକୁ ଗାଳି ଦେଉଥିବାର ଦେଖା ଯାଇଛି।

Leave a Reply

Your email address will not be published. Required fields are marked *