ସଂସ୍କାର :- ବଲିଉଡର ଭାଇଜାନ୍ ସଲମାନ ଖାନ୍ ଙ୍କ ଅଭିନୀତ ‘ବଜରଙ୍ଗୀ ଭାଇଜାନ’ ୫ ବର୍ଷ ତଳେ ବକ୍ସ ଅଫିସରେ ବହୁତ ରୋଜଗାର କରିଥିଲା। ତେବେ ଆପଣ ମାନଙ୍କର ମନେ ଥିବ ଯେ ଏହି ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ମଧ୍ୟ ଥିଲେ। ଯାହାର ନାମ ମୁନି ଥିଲା, ଆଉ ସେ କଥା କହି ପାରୁ ନଥିଲା। ତେବେ ‘ମୁନି’ର ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ନାମ ହେଉଛି ହର୍ଷାଲୀ ମଲହୋତ୍ରା । ସେ ଆଜିକାଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି।
ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ରକୁ ଦର୍ଶକମାନଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା | ଆଜିକାଲି ହର୍ଷଲି ମାଲହୋତ୍ରାଙ୍କ ଅନେକ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳିଛି ଯେ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ତୁଳନାରେ ବର୍ତ୍ତମାନ ହର୍ଷଲି ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛନ୍ତି।
ତେବେ ଏହି ଫୋଟଗୁଡ଼ିକରେ ହର୍ଷଲି ମାଲହୋତ୍ରାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର | ୨୦୧୫ ମସିହାରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା ‘ବଜରଙ୍ଗୀ ଭାଇଜାନ୍’। ଏହି ଚଳଚ୍ଚିତ୍ର ସମୟରେ ହର୍ଷଲି ମଲହୋତ୍ରାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା ଏବଂ ବର୍ତ୍ତମାନ ସେ ୧୨ ବର୍ଷରେ ପଦାର୍ପଣ କରିଛନ୍ତି।
ହର୍ଷଲି ମଲହୋତ୍ରାଙ୍କୁ ଇନଷ୍ଟାଗ୍ରାମରେ ୪ ଲକ୍ଷରୁ ଅଧିକ ଲୋକ ଫୋଲ କରନ୍ତି। ସେ ୩ ଜୁନ୍ ୨୦୦୮ ମସିହାରେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଜନ୍ମଗ୍ରହଣ କରିଥିଲେ।