ହିନ୍ଦୀ ସିନେଜଗତରେ ପୁଣିଥରେ ଶୋକର ଛାୟା : କରୋନା କାରଣ ଥିଲା ନା ଆଉକିଛି !

ମୁମ୍ବାଇ :  ହିନ୍ଦୀ ସିନେଜଗତର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ୱାଜିଦ୍ ଖାନଙ୍କ ବିୟୋଗରେ ସାରା ଇଣ୍ଡଷ୍ଟ୍ରିରେ ଲେଖିଯାଇଛି ପୁଣିଥରେ ଶୋକର ଛାୟା । ସୁପର ଷ୍ଟାର ସଲୁ ଭାଇଜାନଙ୍କ ସେ ଥିଲେ ଅତି ନିକଟର ଥିଲେ । ବୃକ୍‌କ ସଂକ୍ରମଣ ଜନିତ ରୋଗରେ ସେ ପୀଡ଼ିତ ଥିଲେ ଓ କେଇ ମାସ ପୂର୍ବରୁ ତାଙ୍କର କିଡ଼ନୀ ଟ୍ରାନ୍ସପ୍ଳାଣ୍ଟ (ବୃକ୍‌କ ପ୍ରତିରୋପଣ) ମଧ୍ୟ କରାଯାଇଥିଲା । କିନ୍ତୁ କିଛି ଦିନ ତଳେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା ।

ଗତ ୪ ଦିନ ହେବ ସେ ମୁମ୍ବାଇର ଚେମ୍ବୁର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ବୃକ୍‌କ ସଂକ୍ରମଣ ବଢ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ଗତକାଲି ରାତିରେ ହଠାତ୍ ତାଙ୍କର ସ୍ଵାସ୍ଥ୍ୟବସ୍ଥାରେ ଅବନତି ଦେଖାଯାଇଥିଲା ଓ ୱାଜିଦଙ୍କ ପରଲୋକ ଘଟିଲା । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲାବେଳେ ତାଙ୍କ ଅକାଳ ବିୟୋଗରେ ଟ୍ୱିଟ୍ କରି ଅନେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ଭାଇ ସାଜିଦ ଖାନଙ୍କ ସହିତ ମିଶି ସେ ବହୁ ଲୋକପ୍ରିୟ ବଲିଉଡ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ସଲମାନ ଖାନଙ୍କ ଅଭିନୀତ “ପ୍ୟାର କିୟା ତୋ ଡରନା କ୍ୟା” ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରି “ତେରେ ନାମ୍”, “ୱାଂଟେଡ୍”, “ଦବଙ୍ଗ”, “ଏକ ଥା ଟାଇଗର୍”, “ପାର୍ଟନର”, “ମୁଝ ସେ ସାଦି କରୋଗୀ”, “ହେଲୋ”, “ଗଡ୍ ତୁସି ଗ୍ରେଟ୍ ହୋ” ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ମନ ଛୁଆଁ ସଙ୍ଗୀତ ଦେଇଥିଲେ ୱାଜିଦ୍ । ତାଙ୍କ ଅନ୍ତିମ ସଙ୍ଗୀତ ସଂଯୋଜନା ଥିଲା ସଲମାନ ଖାନଙ୍କ ଭାଇ-ଭାଇ ଗୀତ ।

Leave a Reply

Your email address will not be published. Required fields are marked *