ହସ୍ପିଟାଲରେ ଯେବେ ବେଡ଼ ମିଳୁନି ସେ ସମୟରେ ନିଜର ବେଡ୍ ଛାଡ଼ି ୮୫ ବର୍ଷୀୟ ବୃଦ୍ଧ କହିଲେ, ‘ମୁଁ ମୋ ଜୀବନ ବଞ୍ଚିସାରିଛି …

ଦେଶ ସାରା କରୋନାକୁ ନେଇ ହାହାକାର ଦେଖା ଯାଉଥିବା ବେଳେ ମହାରାଷ୍ଟ୍ରର ନାଗପୁରର ସ୍ଥିତି କିନ୍ତୁ ବହୁତ ଖରାପ । ପ୍ରାୟ ସମସ୍ତ ହସ୍ପିଟାଲରେ ବେଡ୍ ଏବଂ କ୍ସିଜେନର ମିଳୁ ନଥିବା ବେଳେ ଜଣେ ୮୫ ବର୍ଷୀୟ ବୃଦ୍ଧ ନିଜର ଉଦାରତା ଦର୍ଶାଇଛନ୍ତି । RSS ସ୍ଵୟଂସେବକ ନାରାୟଣ ଭାଉରାଓ ଦାଭାଡକର ନାମକ ଜଣେ ବୃଦ୍ଧ ଡାକ୍ତରଙ୍କୁ କହିଥିଲେ, ‘ମୁଁ ମୋ ଜୀବନ ବଞ୍ଚିସାରିଛି । ଯୁବକଟିର ପୁରା ଜୀବନ ବାକି ଅଛି । ମୋ ବେଡ଼ ଏବଂ ଅକ୍ସିଜେନ୍ ପିଲାଟିକୁ ଦେଇ ଦିଅନ୍ତୁ । ଏମିତି କହି ଭାଉରାଓ ଘରକୁ ଫେରିଯାଇଥିଲେ ଏବଂ ହସ୍ପିଟାଲରୁ ଘରୁକୁ ଫେରିବାର ୩ ଦିନ ପରେ ତାଙ୍କର ପରଲୋକ ହୋଇଥିଲା ।

ସୂଚନା ଅନୁସାରେ କରୋନା ପଜିଟିଭ ଜାଣିଲା ପରେ ଭାଉରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୌଭାଗ୍ୟକୁ ତାଙ୍କୁ ବେଡ଼ ମଧ୍ୟ ମିଳିଥିଲା । ହେଲେ ସେ ଯେତେବେଳେ ଦେଖିଥିଲେ ଯେ ଜଣେ କରୋନା ସଂକ୍ରମିତ ଯୁବକ ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଏବଂ ତାଙ୍କ ପତ୍ନୀ ଚିତ୍କାର କରି କାନ୍ଦୁଛନ୍ତି । ଭାଉରାଓ ନିଜ ବେଡ଼ରୁ ଉଠି ଡାକ୍ତରଙ୍କୁ କହିଥିଲେ, ‘ମୁଁ ଜୀବନ ଦେଖିସାରିଛି, କିନ୍ତୁ ଯଦି ସେହି ମହିଳାଙ୍କ ସ୍ଵାମୀ ମରିଯାଏ, ତା ପିଲା ଅନାଥ ହୋଇଯିବେ । ସେତେବେଳେ ଭାଉରାଓ ଅକ୍ସିଜେନ ସ୍ତର ୬୦ ଥିଲା ଏବଂ ସେ ଶ୍ଵାସ ନେବାରେ କଷ୍ଟ ପାଉଥିଲେ । ତଥାପି ତାଙ୍କ ଜିଦ ଆଗରେ ଡାକ୍ତରମାନେ ହାରିଥିଲେ ଏବଂ ଉକ୍ତ ବେଡ଼ଟି ଯୁବକ ଜଣଙ୍କୁ ଦିଆଯାଇଥିଲା, ଚିକିତ୍ସା ଆରମ୍ଭ ହୋଇଥିଲା ।

ତେବେ ଏ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଏମିତିକି ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ନାରାୟଣ ଭାଉରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ନିଜେ ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ଲେଖିଛନ୍ତି ଯେ ନିଜ ବେଡ଼ ଦେବାବେଳେ ଭାଉରାଓ କହିଛନ୍ତି ଯେ ମୁଁ ୮୫ ବର୍ଷର ଏବଂ ଜୀବନ ଦେଖି ସାରିଛି । ଯଦି ସେ ମହିଳାର ସ୍ଵାମୀ ମରିଯାଏ ତା ପିଲା ଅନାଥ ହେଇଯିବେ । ଏଣୁ ସେ ବ୍ୟକ୍ତିର ପ୍ରାଣ ବଞ୍ଚେଇବା ମୋ କର୍ତ୍ତବ୍ୟ । ସୂଚନାଥାଉ ଯେ ଉକ୍ତ ଯୁବକ ଜଣଙ୍କୁ ମାତ୍ର ୪୦ ବର୍ଷୀୟ ଥିଲେ ।

Leave a Reply

Your email address will not be published. Required fields are marked *