ନେପାଳୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଧାର୍ମିକ ଭାବନା ଉପରେ ଆକ୍ରମଣ କରି ଦେଲେ ଏଭଳି ବିବାଦୀୟ ବୟାନ…

Nepal Prime Minister KP Sharma Oli

ନେପାଳ ରାଜନୀତିରେ ସବୁକିଛି ଠିକ୍ ଚାଲିନାହିଁ। ନେପାଳୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ବିବାଦ ଭାରତ ବିପକ୍ଷରେ କହି ଆସୁଛନ୍ତି। ଏହି ସମୟରେ ସେ ସୋମବାର ଭାରତ ସହ ଜଡିତ ଆଉ ଏକ ବିବୃତ୍ତି ଦେଇଛନ୍ତି। ନିକଟରେ ନେପାଳ ସଂସଦ ଭାରତୀୟ ସୀମା ବିବାଦକୁ ନେଇ ଏକ ଆଭିମୁଖ୍ୟ ଗ୍ରହଣ କରିଥିଲା,ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଓଲି ଯାହା କହିଛନ୍ତି ତାହା ଧାର୍ମିକ ଭାବନା ଉପରେ ଆକ୍ରମଣ।

ସୂଚନାନୁସାରେ, ଓଲି ପୁଣି ଥରେ ଏକ ବିବାଦୀୟ ବିବୃତ୍ତି ଦେଇ ଭାରତକୁ ସାଂସ୍କୃତିକ ଉପରେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଲି କହିଛନ୍ତି ଯେ ଭାରତ ‘ନକଲି ଅଯୋଧ୍ୟା’ ସ୍ଥାପନ କରି ନେପାଳର ସାଂସ୍କୃତିକ ତଥ୍ୟକୁ ଖଣ୍ଡନ କରିଛି।

ଅଲି ଏହା ମଧ୍ୟ ଦାବି କରିଛନ୍ତି ଯେ ଭଗବାନ ଶ୍ରୀ ରାମଙ୍କ ସହର ଅଯୋଧ୍ୟା ଉତ୍ତରପ୍ରଦେଶରେ ନୁହେଁ, ବରଂ ନେପାଳର ବାଲ୍ମିକି ଆଶ୍ରମ ନିକଟରେ ଅଛି। ବାଲ୍ମିକି ରାମାୟଣର ନେପାଳର ଅନୁବାଦକ ଆଦିକବି ଭାନୁଭକ୍ତଙ୍କ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଲି ଏହା କହିଥିଲେ।

ସେ କହିଛନ୍ତି ଯେ ଆମେ ତଥାପି ଭ୍ରମରେ ଅଛୁ ଯେ ସୀତା ଙ୍କ ବିବାହ ଯେଉଁ ରାମ ସହ ହୋଇଥିଲା ସେ ଜଣେ ଭାରତୀୟ ଏବଂ ସେ ଭାରତୀୟ ନୁହଁନ୍ତି ବରଂ ନେପାଳୀ ଅଟନ୍ତି । ଜାନକପୁରର ପଶ୍ଚିମ ଦିଗରେ ଥିବା ବିରଗଞ୍ଜ ନିକଟରେ ଠୋରି ନାମକ ଏକ ସ୍ଥାନରେ ବାଲ୍ମୀକ ଆଶ୍ରମ ରହିଛି ଏବଂ ସେହି ନିକଟରେ ହିଁ ଅଯୋଧ୍ୟା ରହିଛି ବୋଲି ନେପାଳୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଛନ୍ତି।

ରାମ ସେହି ସ୍ଥାନର ରାଜକୁମାର ଥିଲେ। ବାଲ୍ମିକି ନଗର ନାମକ ଏକ ସ୍ଥାନ ବର୍ତ୍ତମାନ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଅବସ୍ତିତ ରହିଛି, ସେଥିମଧ୍ୟରୁ କିଛି ଅଂଶ ନେପାଳରେ ମଧ୍ୟ ରହିଛି ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *