ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ RTO ଯାଇ ଟେଷ୍ଟ ଦେବାକୁ ପଡ଼ିବନି, ଜାଣନ୍ତୁ ଆପଣଙ୍କୁ କଣ କରିବାକୁ ହେବ ?

ଡ୍ରାଇଭିଙ୍ଗ ଲାଇସେନ୍ସ ବାହାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ଲାଇସେନ୍ସ ବାହାର କରିବାକୁ ହେଲେ ଏଣିକି ସେମାନଙ୍କୁ ଆଉ ପରୀକ୍ଷା ଦେବାକୁ ପଡ଼ିବନି। କାରଣ ସଡକ ପରିବାହର ଓ ରାଜପଥ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସର ନିୟମ ଜୁଲାଇ ୧ ତାରିଖରୁ ବଦଳାଇ ଦେଇଛି।

ଏ ପର୍ଯ୍ୱାନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ ଦେବାକୁ ବାଧ୍ୟତା ମୂଳକ ଥିଲା, ପରବର୍ତୀ ନିୟମ ଅନୁଯାଇ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆରଟିଓ ଅଫିସ ଯାଇ ଆଦୌ ଟେଷ୍ଟ ଦେବାକୁ ପଡିବ ନାହିଁ। ଏହିରେ ଥିଓରୀ ଓ ପ୍ରାକ୍ଟିକାଲ କୁ ସାମିଲ କରାଯାଇଛି ।

ଯଦି ଆପଣ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ସେଣ୍ଟର ରୁ ଟ୍ରେନିଂ ନେଇଛନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଯାଇ ଆଉ ଟେଷ୍ଟ ଦେବାକୁ ପଡିବ ନାହିଁ। ଏଥିପାଇଁ ସରକାର ରାଜ୍ୟବାପୀ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର କୁ ମାନ୍ୟତା ଦେବା ଆରମ୍ଭ କରିଛନ୍ତି।

ଏଠାରେ ଆପଣ ସହଜରେ ଦୁଇ ଚକିଆ ଓ ଚାରିଚକିଆ ଗାଡି ଚଲେଇବା ପାଇଁ ତାଲିମ ନେଇ ପାରିବେ।

ନୂଆ ନିଅମ ଅନୁସାରେ ଆପଣ ଡ୍ରାଇଭିଂ ସେଣ୍ଟର ରେ ହାଲୁକା ମୋଟରଯାନ ପାଇଁ ୪ରି ସପ୍ତାହରେ ୨୯ ଘଂଟାର ଡ୍ରାଇଭିଂ କରିବାକୁ ପଡିବ। ଏଠି ସହ ୨୮ ଦିନରେ ଆପଣଙ୍କୁ ଡ୍ରାଇଭିଂ ଶିଖିବାକୁ ପଡିବ।

ଯଦି ଉକ୍ତ ତାଲିମ କେନ୍ଦ୍ରରୁ ଆପଣ ଉତୀର୍ଣ୍ଣ ହେଇଗଲେ ତେବେ ଆପଣଙ୍କୁ ଆଉ ଟେଷ୍ଟିଙ୍ଗ ଦେବାକୁ ପଡ଼ିବନି।ଏହା ଛଡା ଓଜନ ମୋଟରଯାନର ଅବଧି ୬ ସପ୍ତାହରେ ୩୮ ଘଣ୍ଟା ରହିଛି।

Leave a Reply

Your email address will not be published. Required fields are marked *