ନୂଆ ଟ୍ରାଫିକ ନିୟମ : ଏମିତି କଲେ ଗାଡ଼ି ଜବତ କରି ପାରିବ ପୁଲିସ

ବର୍ତମାନ ସୋସିଆଲ ମିଡ଼ିଆ ରେ ପୁଲିସ ର କାର୍ଯ୍ୟ କୁ ଲୋକେ ନିନ୍ଦା କରୁଛନ୍ତି । କାରଣ କିଛି ଦିନ ତଳେ ଜଣେ ମହିଳା ରଙ୍ଗ୍‌ ରୁଟ ରେ ଗାଡି ଚଳାଇ ଧାରା ପଡିଲା ପରେ ପୁଲିସ ତାଙ୍କ ଠାରୁ ଚାବି ଛଡେଇ ନେଇଥିଲା ।

ସୋସିଆଲ ମିଡ଼ିଆ ଫେସବୁକ ଟ୍ୱିଟର ରେ ଟ୍ରୋଲ୍‌ ହେବା ପରେ ଆଜି ବିଧିବଦ୍ଧ ଭାବରେ ନିର୍ଦ୍ଦେଶାବଳି ଜାରି କରିଛି କମିସନରେଟ୍‌ ପୁଲସ । ଧାରା ୨୦୭ ଅନୁସାରେ ଗାଡ଼ିକୁ ପୁଲିସ ଜବତ କରିପାରିବ ବୋଲି ଏହି ନିର୍ଦ୍ଦେଶାବଳିରେ ସ୍ପଷ୍ଟ କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ।

ବିପଜ୍ଜନକ ଭାବରେ, ନିଶାସକ୍ତ ଅବସ୍ଥାରେ, ଟ୍ରାଫିକ୍‌ର ଓଲଟା ଦିଗରେ ଓ ମାଲିକଙ୍କ ଅସହମତି‌ରେ ଗାଡ଼ି ଚଳାଉଥିଲେ ସମ୍ପୃକ୍ତ ଚାଳକକୁ ପୁଲିସ ଗିରଫ କରିପାରିବ। ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ଗାଡ଼ିର ବୀମା ନ ଥିଲେ ଓ ଅପରାଧରେ ସମ୍ପୃକ୍ତ ଥିଲେ ଜବତ କରାଯାଇ ପାରିବ। ସର୍ବସାଧାରଣ ଜାଗାରେ ଗାଡ଼ି ଛିଡ଼ା କରାଇ ଥିଲେ ବା କେହି ଛାଡ଼ି ଯାଇଥିଲେ ପୁଲିସ ଏହାକୁ ଜବତ କରିପାରିବ।

Leave a Reply

Your email address will not be published. Required fields are marked *