ଇଡ଼ିଙ୍କ ବଡ଼ ପଦକ୍ଷେପ : ପଳାତକ ନିରବ ମୋଦିଙ୍କ ଏତେ କୋଟି ଟଙ୍କାର ସମ୍ପତ୍ତି କଲେ ଜବତ

ହୀରା ବ୍ୟବସାୟୀ ନିରବ ମୋଦି ଦେଶ ଛାଡ଼ି ପଳେଇଛନ୍ତି । ତାଙ୍କ ଉପରେ କିନ୍ତୁ ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ ନେଇଛି ବଡ଼ ପଦକ୍ଷେପ । ସୂଚନା ଅନୁଯାୟୀ ଜୁନ ପ୍ରଥମ ସପ୍ତାହରେ ପିଏମଏଲଏ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ନିରବ ମୋଦିଙ୍କ ସମସ୍ତ ସମ୍ପତ୍ତି ଜବତ କରାଯାଉ । ଏହି ଆଦେଶ ପରେ ନିରବ ମୋଦିଙ୍କ ସମସ୍ତ ସମ୍ପତ୍ତି ଉପରେ ଏବେ ଭାରତ ସରକାରଙ୍କ ଅଧିକାର । ଏଣୁ ପ୍ରବର୍ତ୍ତନ ନିର୍ଦେଶାଳୟ ନିରବ ମୋଦିର ୩୨୬.୯୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।  

ଜବତ ହୋଇଥିବା ନିରବ ମୋଦିଙ୍କ ସମ୍ପତ୍ତି ମଧ୍ୟରେ ମୁମ୍ବାଇର ୪ ଟା ଫ୍ଲାଟ୍, ଅଲିବାଗରେ ଜମି, ଗୋଟିଏ ଫାର୍ମହାଉସ, ଲଣ୍ଡନରେ ଫ୍ଲାଟ୍, ଦୁବାଇରେ ଫ୍ଲାଟ୍, ଜୈସେଲମେର ଏକ ପବନ ଚକ୍କୀ ସମେତ ବ୍ୟାଙ୍କରେ ଜମା ଟଙ୍କା ଓ ଶେୟାର ସାମିଲ ରହିଛି । ଇଡ଼ିଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ନିରବ ମୋଦିଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି । ସୂଚନା ଥାଉ କି ଏହା ପୂର୍ବରୁ ମଧ୍ୟ ଇଡ଼ି ନିରବ ମୋଦିଙ୍କ ସମ୍ପତ୍ତି ଜବତ କରିଥିଲା ।

Leave a Reply

Your email address will not be published. Required fields are marked *