କୈଳାସ ପର୍ବତର ରହସ୍ୟ କ’ଣ ? କାହିଁକି ଚଢି ପାରୁନାହାନ୍ତି କୌଣସି ପର୍ବତାରୋହୀ

ସଂସ୍କାର : ପୁରାଣ ଶାସ୍ତ୍ର ଓ ଲୋକବାଣୀ ରହିଛି ଯେ, ଦେବଙ୍କ ଦେବ ମହାଦେବ ଶିବଙ୍କ ବାସସ୍ଥାନ ହେଉଛି କୈଳାସ ପର୍ବତ। କୈଳାସ ପର୍ବତରେ ମହାଦେବ ଶିବ ବର୍ଷ ବର୍ଷ ଧରି ତପସ୍ୟାରେ ମଗ୍ନ ହୋଇ ରହିଥାନ୍ତି। ତେବେ ଅନେକ ପର୍ବତାରୋହୀ ହିମାଳୟ ଭଳି ବିଶାଳକାୟ ପର୍ବତକୁ ଚଢି ଯାଉଛନ୍ତି, କିନ୍ତୁ କୈଳାସ ପର୍ବତକୁ ଚଢିବାକୁ କେହିବି ସାହସ କରୁନାହାନ୍ତି।

କୈଳାସ ପର୍ବତର ରହସ୍ୟ କ’ଣ ?

ବିଶ୍ୱାସ ରହିଛି ଯେ ଭଗବାନ ଶିବ ତାଙ୍କ ପରିବାର ସହିତ କୈଳାସ ପର୍ବତରେ ରୁହନ୍ତି। ସେଥିପାଇଁ କୌଣସି ଜୀବନ୍ତ ବ୍ୟକ୍ତି ସେଠାରେ ପହଞ୍ଚି ପାରିବେ ନାହିଁ। ମୃତ୍ୟୁ ପରେ କିମ୍ବା ଯେଉଁ ବ୍ୟକ୍ତି କୌଣସି ପାପ କରି ନାହିଁ, ସେ ହିଁ କୈଳାସ ପର୍ବତକୁ ଯାଇପାରିବ ବୋଲି ପୁରାଣରେ ଉଦ୍ଦିଷ୍ଟ। ପୁରାଣ ଅନୁଯାୟୀ, ଅନେକ ଥର ଭୂତ, ନକାରାତ୍ମକ ଶକ୍ତି ଓ ପ୍ରେତମାନେ କୈଳାସ ପର୍ବତ ଉପରକୁ ଚଢ଼ିବାକୁ ଚେଷ୍ଟା କରିଛନ୍ତି, ତଥାପି ସେମାନଙ୍କର ଉଦ୍ଦେଶ୍ୟ କେବେ ପୂରଣ ହୋଇପାରିଲା ନାହିଁ। ଏହି କଥା ଆଜି ମଧ୍ୟ କୈଳାସ ପର୍ବତ ପାଇଁ ପ୍ରଯୁଜ୍ୟ |

ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଜଣେ ବ୍ୟକ୍ତି କୈଳାସ ପର୍ବତ ଉପରେ ଟିକିଏ ଚଢ଼ିବା ମାତ୍ରେ ଦିଶାହୀନ ହୋଇଯାଏ | ଅନ୍ୟପଟେ ବିନା ଦିଗ ପାଇ ଚଢ଼ିବା ଅର୍ଥ ନିଜର ମୃତ୍ୟୁକୁ ବରଣ କରିବା ସହିତ ସମାନ ବୋଲି ପର୍ବତ ଆରୋହଣ କାରୀ ମାନେ ମତ ଦେଇଛନ୍ତି। ତେଣୁ ଆଜି ପର୍ଯ୍ୟନ୍ତ କୌଣସି ମଣିଷ କୈଳାସ ପର୍ବତକୁ ଚଢ଼ିପାରି ନାହାଁନ୍ତି। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଯେଉଁ ବ୍ୟକ୍ତି ଏହି ପର୍ବତ ଉପରକୁ ଯିବାକୁ ଚେଷ୍ଟା କରେ, ସେ ଆଗକୁ ଯାଇପାରିବ ନାହିଁ। ତାର ଚିନ୍ତା ଧାରା ବଦଳିଯାଏ ଏବଂ ସେ ପର୍ବତ ନ ଚଢି ଫେରି ଆସେ।

ପ୍ରାୟ ୨୯ ହଜାର ଫୁଟ ଉଚ୍ଚରେ ଥିବା କୈଳାସ ପର୍ବତ ଉପରକୁ ଚଢିବା ଟେକ୍ନିକାଲି ସହଜ ଅଟେ, କିନ୍ତୁ କୈଳାସ ପର୍ବତ ଉପରକୁ ଚଢ଼ିବା ପାଇଁ କୌଣସି ପ୍ରତ୍ୟକ୍ଷ ଉପାୟ ନାହିଁ। ଚାରିଆଡେ ଖାଲି ଖାଲ ପଥର ଏବଂ ବରଫ ଖଣ୍ଡ ରହିଛି। ଏହିପରି କଠିନ ପର୍ବତ ଉପରକୁ ଚଢ଼ିବାରେ, ସବୁଠୁ ବଡ ବଡ଼ ପର୍ବତାରୋହୀ ମଧ୍ୟ ଆଣ୍ଠୁମାଡି ଦିଅନ୍ତି।ଏହା ମଧ୍ୟ କୁହାଯାଏ ଯେ ସେଠାରେ କିଛି ଅଲୌକିକ ଶକ୍ତି ମଧ୍ୟ ରହିଛି। ଯେଉଁଥିପାଇଁ ଶରୀରର କେଶ ଏବଂ ନଖ ସେଠାରେ ମାତ୍ର ୨ ଦିନରେ ବଢ଼ି ଯାଇଥାଏ, ଯାହାକୁ କି ବଢିବା ପାଇଁ ୨ ସପ୍ତାହ ଲାଗିବା ଉଚିତ୍। ଅନ୍ୟପଟେ ଏହି ପର୍ବତ ଚଢିବା ମାତ୍ରେ ପର୍ବତାରୋହୀଙ୍କ ଶରୀର ଶୁଖିବା ଆରମ୍ଭ କରେ ଏବଂ ବୃଦ୍ଧାବସ୍ଥା ମୁହଁରେ ଦେଖାଯିବା ଆରମ୍ଭ କରେ |

ସେହିପରି ୧୯୯୯ ମସିହାରେ, ରୁଷିଆର ବୈଜ୍ଞାନିକ ମାନଙ୍କର ଏକ ଟିମ୍ ତିବ୍ଦତରେ ପହଞ୍ଚି ଏକ ମାସ ପାଇଁ କୈଳାସ ପର୍ବତ ଉପରେ ଅନୁସନ୍ଧାନ କରିଥିଲେ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ପର୍ବତର ଆକୃତି ତ୍ରିକୋଣର ପରି। ଏହା ଏକ ବରଫରେ ଆଚ୍ଛାଦିତ ଏକ ପିରାମିଡ୍ | ଏହି କାରଣରୁ କେହିବି କୈଳାସ ପର୍ବତକୁ ଚଡିବାକୁ ଚାହୁଁନାହାନ୍ତି।

Leave a Reply

Your email address will not be published. Required fields are marked *