ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର, ପରଲୋକରେ ସଙ୍ଗୀତ ନିର୍ଦେଶକ ଶାନ୍ତିରାଜ ଖୋସଲା

Noted odia music director and lyricist Santiraj Khosla passed away

କଟକ : ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ମହାମାରୀ କରୋନା ସମୟରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର ଆଜି ପରଲୋକ ହୋଇଯାଇଛି। କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 55 ବର୍ଷ ହୋଇଥିଲା। ଶାନ୍ତିରାଜଙ୍କ ମୃତ୍ୟୁ ଖବର ପରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାଇ ଖେଳି ଯାଇଛି।

ସୂଚନା ମୁତାବକ ସେ ମେ’ 22 ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲା। ଏହା ପରେ ସେ ହୋମ୍‌ଆଇସୋଲେସନ୍‌ରେ ରହି ଚିକିତ୍ସା ଜାରି ରଖୀଥିଲା। ତେବେ ଆଜି ସକାଳେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍‌ପିଟାଲର ଆଉଟ୍‌ଡୋରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ସହ ଥିଲା ନିଆରା କଣ୍ଠ ସ୍ବର, ସେ ଓଡ଼ିଆ ଚଳଚିତ୍ର ଧନରେ ରଖିବୁ ଶପଥ ମୋର, ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର, 20 ରୁ ଅଧିକ ସିନେମା ଆଉ ଦୁଇ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *