ଆଶ୍ଚର୍ଯ୍ୟଜନକ ସୂତ୍ର : ମାତ୍ର ୩ ଟଙ୍କା ଖର୍ଚ୍ଚ କରି ବର୍ତ୍ତମାନ ଘରେ ପ୍ରସ୍ତୁତ କରନ୍ତୁ ମଶା ଘଉଡ଼ାଇବା ତରଳ

ଅଧିକାଂଶ ଲୋକ ମଶା ଘଉଡାଇବା ପାଇଁ ରିଫିଲ୍ ବ୍ୟବହାର କରନ୍ତି । ଏହି ରିଫିଲ୍ ତରଳ ପଦାର୍ଥରେ ଭରା ଯାଇଥାଏ, ଯାହା ଏକ ମେସିନରେ ଫିଟ୍ ହୋଇଥାଏ । ମେସିନ୍ ରିଫିଲର ତରଳ ପଦାର୍ଥକୁ ଗରମ କରେ ଏବଂ ଏହା ସ୍ଥାନୀୟ ବାୟୁମଣ୍ଡଳରେ ବ୍ୟାପିଥାଏ, ଯାହାଦ୍ୱାରା ମଶା ସେ ସ୍ଥାନ ଛାଡ଼ି ଦିଏ । ଏବେ ଆପଣ ମଧ୍ୟ ଘରେ ଏହି ମଶା ଘଉଡ଼େଇବା ତରଳ ପ୍ରସ୍ତୁତ କରିପାରିବେ ଯାହା ଖର୍ଚ୍ଚ ହେବ ମାତ୍ର ୩ ଟଙ୍କା ।

ଯେକୌଣସି କମ୍ପାନୀର ରିଫିଲ୍ ମେସିନ୍ ଅଛି ଯଦି ତେବେ ତା ପାଇଁ ତରଳ ଘରେ ତିଆରି ହୋଇପାରିବ । ଏଥିପାଇଁ ଆପଣଙ୍କୁ କେବଳ କର୍ପୁର ଏବଂ ଟର୍ପେଣ୍ଟାଇନ୍ ତେଲ ଦରକାର । କର୍ପୁରକୁ ଆପଣ କିରାଣୀ ଦୋକାନରୁ ଏବଂ ଟର୍ପେଣ୍ଟାଇନ୍ ତେଲ ହାର୍ଡୱେର ଦୋକାନରୁ ଆପଣ କିଣି ପାରିବେ । ସବୁଠୁ ବଡ଼ କଥା ଯେ ଦୁଇଟି ଯାକ ସାମଗ୍ରୀ ମହଙ୍ଗା ନୁହେଁ ।

ଆପଣ ପୁରା ୨ ବର୍ଷ ପାଇଁ ଏହି ତରଳ ପ୍ରସ୍ତୁତ କରିପାରିବେ ଯଥା ମାତ୍ର ଗୋଟିଏ ଲିଟର ଟର୍ପେଣ୍ଟାଇନ୍ ତେଲ ଏବଂ ଗୋଟିଏ ପ୍ୟାକେଟ୍ କର୍ପୁର ସହାୟତାରେ । ଏହା ଖୁବ୍ ବଡ଼ ଏକ ସଞ୍ଚୟ ମଧ୍ୟ ହେବ । କାରଣ କର୍ପୁର ପ୍ୟାକେଟର ଦାମ ପ୍ରାୟ ୨୦ ଟଙ୍କା ହୋଇଥିଲା ବେଳେ ଗୋଟିଏ ଲିଟର ଟର୍ପେଣ୍ଟାଇନ୍ ତେଲର ମୂଲ୍ୟ ପ୍ରାୟ ୪୫ ଟଙ୍କା । ସମୁଦାୟ ତେଣୁ ୬୫ ଟଙ୍କାରେ ପ୍ରସ୍ତୁତ ହୋଇପାରିବ ୨ ବର୍ଷ ପାଇଁ ମଶା ଭଗେଇବା ରିଫିଲ୍ ଲିକ୍ୱିଡ୍ ।

ସର୍ବପ୍ରଥମେ କର୍ପୁରକୁ ଗ୍ରାଇଣ୍ଡ୍ କରି ତାର ପାଉଡ଼ର ପ୍ରସ୍ତୁତ କରନ୍ତୁ । ଏଥିରେ କୌଣସି ଖଣ୍ଡ ନରହିବା ଉଚିତ । ବର୍ତ୍ତମାନ ପୁରୁଣା ରିଫିଲ ଭିତରେ ପାଉଡ଼ର ପକେଇ ଦିଅନ୍ତୁ । ଏହାପରେ ଏଥିରେ ଟର୍ପେଣ୍ଟାଇନ୍ ତେଲ ଢାଳି ଦିଅନ୍ତୁ ଏବଂ ଅପେକ୍ଷା କରନ୍ତୁ ତେଲରେ ପାଉଡ଼ର ମିଶିଯିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହି ଦୁଇଟି ମିଶ୍ରିତ ହେବା ମାତ୍ରେ ଆପଣଙ୍କର ତରଳ ପ୍ରସ୍ତୁତ ହୋଇଗଲା ।

Leave a Reply

Your email address will not be published. Required fields are marked *