ଓଡ଼ିଆ ଅଭିନେତା ଶ୍ରୀତମ ଦାସ କରୋନା ପଜିଟିଭ୍ ଚିହ୍ନଟ : ଅନୁରୋଧ କରି କହିଲେ …

ଓଡ଼ିଆ ଅଭିନେତା ଶ୍ରିତମ ଦାସ ଆଜି ନିଜ ସୋସିଆଲ ମିଡ଼ିଆରେ ଟ୍ଵିଟ କରି କହିଛନ୍ତି ଯେ ସମସ୍ତଙ୍କୁ ନମସ୍କାର । ଆଜି ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି । ତେଣୁ ମୁଁ କୌଣସି ସୁଟିଂ କିମ୍ବା ସାମାଜିକ ସମାବେଶକୁ ଯିବି ନାହିଁ ।

ଏହାସହିତ ସେ ଆହୁରି ବି ଲେଖିଛନ୍ତି ଯେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସାବଧାନ ରୁହନ୍ତୁ ଏବଂ ଯିଏ ସମ୍ପ୍ରତି ମୋ ସହିତ ଯୋଗାଯୋଗ କରିଛନ୍ତି ସେମାନେ ସମସ୍ତେ କୋଭିଡ଼ ପରୀକ୍ଷା ପାଇଁ ଯାଆନ୍ତୁ ।

ଏହାବ୍ୟତୀତ ଅଭିନେତା ଶ୍ରିତମ ସୋସିଆଲ ମିଡ଼ିଆ ଫେସବୁକରେ ମଧ୍ୟ ଏନେଇ ସୂଚନା ଦେଇଛନ୍ତି । ସେଥିରେ ସେ ସମାନ କଥା ଲେଖିବା ସହିତ ଆଉରି ବି ଲେଖିଛନ୍ତି ଯେ ମୋତେ ଓ ମୋ ପରିବାରକୁ ଆଶୀର୍ବାଦ କରନ୍ତୁ । ନିଜ ଆରୋଗ୍ୟର ଶୀଘ୍ରତା କାମନା ଉଦ୍ଦେଶ୍ୟରେ ସେ ଏପରି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *