ସାରା ରାଜ୍ୟରେ ଆଜି ଜାରି ହେଲା ‘ନାଇଟ କର୍ଫ୍ୟୁ’ : ଟ୍ଵିଟ୍ କରି ସୂଚନା ଦେଲେ SRC

ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ରାତି ପାହିଲେ ନୂଆ ବର୍ଷ । ପାଦ ଦେବ ୨୦୨୧ । ହେଲେ ଏପଟେ ରାଜ୍ୟରେ ବଢୁଥିବା ନୂଆ କରୋନା ଷ୍ଟ୍ରେନ୍ ଯୋଗୁ ବଢ଼ିଲା ବି କଟକଣା । କରୋନାର ନୂଆ ଷ୍ଟ୍ରେନ ଆତଙ୍କକୁ ନଜରରେ ରଖି ଲାଗୁ ହେଲା ସାରା ରାଜ୍ୟରେ ନାଇଟ କର୍ଫ୍ୟୁ । ନିୟମାନୁସାରେ ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏଁ ଏହି ନାଇଟ କର୍ଫ୍ୟୁ ଜାରି ରହିବ । ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା ।

ଖବର ମୁତାବକ ଏହି ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡ଼ିବା ସହିତ ଅତ୍ୟାବଶ୍ୟକ ସେବା ଜାରି ରହିବ । ସୁତରାଂ ନୂଆବର୍ଷ ପାଳନ ଏବଂ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ଏହାସହିତ ରାଜ୍ୟବାସୀ ସହଯୋଗ କରନ୍ତୁ ବୋଲି SRC ସମସ୍ତଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ତେବେ SRC ପ୍ରଦୀପ ଜେନାଙ୍କ କହିବାନୁସାରେ ଭର୍ଚୁଆଲ ଭାବେ ମଧ୍ୟ ଶୁଭେଚ୍ଛା ଜଣାଇ ହେବ ଏବଂ ଏହାଦ୍ଵାରା ସମସ୍ତେ ସୁରକ୍ଷିତ ବି ରହିପାରିବେ ।

ସୂଚନାଥାଉ ଯେ ନୂଆବର୍ଷକୁ ଆଖି ଆଗରେ ରଖି ଓଡ଼ିଶା ସରକାର ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ ମଧ୍ୟ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ବିଶେଷକରି ଦିଲ୍ଲୀ ଓ ମହାରାଷ୍ଟ୍ରରା ଦୁଇ ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁୟାରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *