କରୋନା ଯୋଦ୍ଧାଙ୍କ କାମରେ ଆସିବ ସ୍ମାର୍ଟ ରୋବର୍ଟ । ସ୍ଵଦେଶୀ ଜ୍ଞାନକୌଶଳରେ ଅତ୍ୟାଧୁନିକ ରୋବର୍ଟ ବିକଶିତ କରିଛନ୍ତି ସିଭିରମଣ ଗ୍ଲୋବାଲ ୟୁନିଭରସିଟି ଇଲେକ୍ଟ୍ରିକାଲ ଟେଲିକମ୍ୟୁନିକେଶନ ବିଭାଗର ଛାତ୍ରଛାତ୍ରୀ । କୋଭିଡ଼ ହସ୍ପିଟାଲରେ କରୋନା ରୋଗୀଙ୍କ ପାଖକୁ ନଯାଇ ମଧ୍ୟ ଏହି ରୋବର୍ଟ ମାଧ୍ୟମରେ କରାଯାଇପାରିବ ସେମାନଙ୍କ ଚିକିତ୍ସା ।
“ସେଭିୟର” ଏକ ମଲ୍ଟି ପରପୋଜ ସର୍ଭିଂ ରୋବର୍ଟ । ଏହି ରୋବର୍ଟ ସାନିଟାଇଜ କରିବା ସହିତ ଔଷଧ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ସାମଗ୍ରୀ ନେଇ ରୋଗୀଙ୍କ ପାଖକୁ ଯିବ । ଏଥିରେ ଏକ କ୍ୟାମେରା ଲାଗିଛି ଯଦ୍ୱାରା ଡାକ୍ତରମାନେ ରୋଗୀକୁ ଦେଖିପାରିବେ ଓ ରୋଗୀଙ୍କ ଅଭିଯୋଗ ବା ଉପଶମ ଶୁଣିପାରିବେ । ଆଗାମୀ ଦିନରେ ଏହା ଅନେକାଂଶରେ ଚିକିତ୍ସା ବିଭାଗ ପାଇଁ ଲାଭପ୍ରଦ ହେବ ବୋଲି ଇଲେକ୍ଟ୍ରିକାଲ ଟେଲିକମ୍ୟୁନିକେଶନ ବିଭାଗର ମୁଖ୍ୟ ପ୍ରିୟଦର୍ଶୀ କାନୁନଗୋ ସୂଚନା ଦେଇଛନ୍ତି ।

ସେଭିୟର ବ୍ୟତୀତ ଇଂଜିନିୟରିଂ ପିଲାମାନେ ଆଉ ଦୁଇଟି ଜିନିଷ ବି ତିଆରି କରିଛନ୍ତି । ସେନ୍ସର ବେସଡ଼ ଫୁଲ ବଡ଼ି ସାନିଟାଇଜର ଏବଂ ଅଟୋ ହ୍ୟାଣ୍ଡ ସାନିଟାଇଜର । ୧୦ କିଲୋଗ୍ରାମ ଓଜନର ସାମଗ୍ରୀ ବୋହିବା କ୍ଷମତା ସହିତ ମଲ୍ଟି ପରପୋଜ ସର୍ଭିଂ ରୋବର୍ଟ ସେଭିୟର ଡାକ୍ତର, ନର୍ସ, ଆଟେନାଣ୍ଡ ଭଳି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବରେ ସହଯୋଗ ହେବ । ଯେକୌଣସି ସ୍ଥାନରୁ ଏହି ରୋବର୍ଟକୁ ନିୟନ୍ତ୍ରଣ କରିହେବ ଓ ଭିଡ଼ିଓ ଷ୍ଟ୍ରିମିଂ ଦ୍ଵାରା ୫୦୦ ମିଟର ଦୂରରୁ ରୋଗୀକୁ ଦେଖି ହେବ, ଶୁଣି ହେବ ।