ଏଣିକି ATM ରୁ ଟଙ୍କା ଉଠାଇଲେ ରହିବନି କରୋନା ସଂକ୍ରମଣ ଭୟ : ଓଡ଼ିଆ ଯୁବକ ଉଦ୍ଭାବନ କଲେ ଏହି ନୂତନ ଉପକରଣ

ଅନୁଗୁଳ : ଯେପରି ଟଚ୍ ଦ୍ଵାରା ମୋବାଇଲ ଆଣ୍ଡ୍ରୋଏଡ୍ ଫୋନଗୁଡ଼ିକ ଚାଳିତ ହୁଏ ଠିକ୍ ସେମିତି ଏକ ସେନ୍ସର ଷ୍ଟିକ ତିଆରି କରିଛନ୍ତି ଜଣେ ଓଡ଼ିଆ ଯୁବକ ଯାହାଦ୍ୱାରା ଚାଲିବ ATM ମେସିନ । ଶିକ୍ଷାଗତ ଯୋଗ୍ୟତାରେ ସେ ସ୍ନାତକ, ପେଶାରେ ଜଣେ ଠିକା ଶ୍ରମିକ । କିନ୍ତୁ ମନ ତାଙ୍କର ସଦା ବିଜ୍ଞାନ ଉପକରଣ ପ୍ରସ୍ତୁତିରେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ଉଦ୍ଭାବନ କରିଛନ୍ତି ସେନ୍ସର ଷ୍ଟିକ ଯାହାଦ୍ୱାରା ସହଜରେ ATM ରୁ ଉଠାଇ ହେବ ଟଙ୍କା ।

ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଏ ଉଦ୍ଭାବନ ପଛର କାରଣ, ଜିତେନ୍ଦ୍ର ସାହୁ କହିଲେ କିଛି ଦିନ ତଳେ ସେ ଏକ ATMରୁ ଟଙ୍କା ଉଠେଇବାକୁ ଯାଇଥିଲାବେଳେ ତାଙ୍କ ସାମ୍ନାରେ ଜଣେ ଟଙ୍କା ଉଠାଇଲା ବ୍ୟକ୍ତି ଛିଙ୍କିଲେ, କାଶିଲେ ଯଦ୍ୱାରା ସେ କରୋନାକୁ ନେଇ ଭୟଭୀତ ହେଲେ । ଏହାପରେ ହିଁ ସେ ଚିନ୍ତାକଲେ ଯେ କିପରି ATM କି’ ପ୍ୟାଡ୍ ନଛୁଇଁ ଉଠାଇହେବ ଟଙ୍କା ।

ତାଙ୍କ କହିବାନୁସାରେ ଏ ଷ୍ଟିକଟିକୁ ସାନିଟାଇଜ କଭର ଭିତରେ ରଖି ବ୍ୟବହାର କଲେ ତାହା ସାନିଟାଇଜ ବି ହେଇପାରିଲା ଆଉ ATMରୁ ଟଙ୍କା ମଧ୍ୟ ଉଠିପାରିଲା । ଜିତେନ୍ଦ୍ର କୁହନ୍ତି ଏହା ସଚେତନ ପାଇଁ କରିଛି ଓ ଷ୍ଟିକ ବ୍ୟବହାର ଦ୍ଵାରା ଯଦି କେହି କରୋନା ଆକ୍ରାନ୍ତ ବ୍ୟକ୍ତି ATM ବ୍ୟବହାର କରିଥାନ୍ତି ତେବେ ତାହା ଆପଣଙ୍କ ପାଖକୁ ସଂକ୍ରମିତ ହେବନାହିଁ ।

ଗ୍ଳୋଭସ ବ୍ୟବହାର କରି ବି ସଚେତନ ରହିହେବ ହେଲେ ଗ୍ଳୋଭକୁ ଆଉଥରେ ବ୍ୟବହାର କରିହେବନି କିମ୍ବା ସବୁବେଳେ ATM, ମେଡ଼ିସିନ ଦୋକାନ ପାଖରେ ନଥାଏ । ଏହାଛଡ଼ା ଗ୍ଲୋଭ୍ସର ଦାମ ବି ୫୦ ଟଙ୍କା । ମାସକୁ ଯଦି ୧୦ ଥର ଟଙ୍କା ଉଠାଇବାକୁ ପଡ଼େ ତେବେ ୫୦୦ ଟଙ୍କା ଫୋପାଡ଼ିବାକୁ ପଡ଼ିବ ଜଣକୁ । ଷ୍ଟିକ ହେଲେ କିନ୍ତୁ ଆପଣ ବ୍ୟବହାର କରିସାରି ତାକୁ ସନିଟାଇଜର ବୋତଲ ଭିତରେ ରଖିଦେବେ ଓ ପୁଣି ବ୍ୟବହାର କରିପାରିବେ ।

ଉଦ୍ଭାବିତ ସେନ୍ସର ଷ୍ଟିକର ଦାମ ଏବେ ୫୦ ଟଙ୍କା ରହିଥିଲାବେଳେ ଷ୍ଟିକକୁ ଥରେମାତ୍ର ବ୍ୟବହାର କରି କେମିତି ଫୋପାଡ଼ି ହେବ ଓ ଅତିବେଶୀରେ ୧୦ ପଇସା ଖର୍ଚ୍ଚ ହେବ ସେନେଇ ଉଦ୍ଭାବନ ପ୍ରକ୍ରିୟା ଜାରି ରଖିଛି ବୋଲି ଜିତେନ୍ଦ୍ର କୁହନ୍ତି । ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନକୁ ସେ ଏହି ପ୍ରସ୍ତାବ ପଠାଇଛନ୍ତି ଓ ଏହା ପୂର୍ବରୁ ମଧ୍ୟ ସେ କେତୋଟି ଜିନିଷ ଉଦ୍ଭାବନ କରିଥିଲେ ଯେଉଁଥିରେ ତାଙ୍କୁ NIF ସହଯୋଗ କରିଛି ବୋଲି ସେ କୁହନ୍ତି ।

Leave a Reply

Your email address will not be published. Required fields are marked *