‘ଓଡ଼ିଶା’ ସବୁ ପ୍ରକାର ଝଡ଼ ସୃଷ୍ଟି କରିପାରେ : ଟ୍ଵିଟ୍ କରି କହିଲେ ବଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ଓଡ଼ିଶାରେ ଆଉଥରେ ଉଠିଛି ଝଡ଼ । ଏ ଝଡ଼ କିନ୍ତୁ ଜୀବନ ନେବନି, ଧନହାନୀ ସହିତ ହୃଦୟ ନେଇ ପାରେ ଅବଶ୍ୟ । ଆଜ୍ଞା ହଁ, ଠିକ୍ ପଢିଲେ, ଚଳିତ ମାସ ଜୁଲାଇ ୬ ତାରିଖରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଟ୍ଵିଟ୍ କରି ଏମିତି ଏକ ଝଡ଼ ଉପରେ ଆଲୋକପାତ କରିଛନ୍ତି ।

ସେ ପ୍ରଶଂସାମୁଖର ହୋଇ ଲେଖିଛନ୍ତି ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସେ ଓଡ଼ିଶାକୁ କେବେ ବି ପ୍ରତିଭା ପୋଖରୀ ବୋଲି ଭାବି ନଥିଲେ । ଉଭୟ ଦେଶ ଏବଂ ଓଡ଼ିଶା ନିଜେ ଓଡ଼ିଶାକୁ ଗମ୍ଭୀରତାର ସହ ଦେଖିବା ଉଚିତ୍ ।

ସେ ଆଉ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ ଅପସରାଙ୍କୁ ଭେଟିବା ପୂର୍ବରୁ, ଓଡ଼ିଶାରେ ହୋଇଥିବା ୧୯୯୯ ମହାବାତ୍ୟାକୁ ଭେଟିଥିଲି । ତା ପୂର୍ବରୁ ଓଡ଼ିଶା ବିଷୟରେ କେବେ କିଛି ଶୁଣିନି । କିନ୍ତୁ ଅପସରାଙ୍କୁ ଏବେ ଭେଟିଲା ପରେ ଅନୁଭବ କଲି ଯେ ଓଡ଼ିଶା ସବୁ ପ୍ରକାର ଝଡ଼ ସୃଷ୍ଟି କରିପାରେ । ଓଡ଼ିଶାରେ ଯେ ଏପରି ସୌନ୍ଦର୍ଯ୍ୟ ଅଛି ଏହା ତାର ଏକ ବଡ଼ ଖୁଲାସା । ଏହା ଓଡ଼ିଶାକୁ ସଶକ୍ତ କରିବ ।  

‘କମ୍ପାନୀ’, ‘ରୋଡ୍’ ଏବଂ ‘ରକ୍ତ ଚରିତ୍ର’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ରାମ ଗୋପାଳ ବର୍ମା ବର୍ତ୍ତମାନ ଘୋଷଣା କରିଛନ୍ତି ଯେ ‘କ୍ଲାଇମାକ୍ସ’ ଏବଂ ‘ନଗ୍ନ’ ଭଳି ଫିଲ୍ମ ପରେ ସେ ବର୍ତ୍ତମାନ ‘ଥ୍ରୀଲର’ ନାମକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ଯେଉଁଥିରେ ଓଡ଼ିଶା ଝିଅ ଅପସରାଙ୍କୁ ସେ ନାୟିକା ଭୂମିକାରେ ଅବତୀର୍ଣ୍ଣ କରୁଛନ୍ତି ।

ଅପସରା ରାନୀ ଓଡ଼ିଶା ମାଟିର କିନ୍ତୁ ଡେରାଡୁନ୍ ପାହାଡରେ ଜନ୍ମଗ୍ରହଣ କରି ବର୍ତ୍ତମାନ ହାଇଦ୍ରାବାଦରେ ରହୁଛନ୍ତି । ସେ ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ ସହିତ ଜଣେ ଉତ୍ତମ ଅଭିନେତା ମଧ୍ୟ । ଗତ ସୋମବାର ଦିନ ରାମ ଗୋପାଳ ବର୍ମା ଟ୍ୱିଟ୍ କରି କହିଛନ୍ତି ଯେ ‘ଆରଜିଭି ୱାର୍ଲ୍ଡ ଥିଏଟରର ପରବର୍ତ୍ତୀ ଚଳଚ୍ଚିତ୍ରର ହିରୋଇନ୍ ଅପସରା ରାଣୀ ହେବେ । ଏହି ଚଳଚ୍ଚିତ୍ରର ନାମ ‘ଥ୍ରୀଲର’ । ଏହା ‘କ୍ଲାଇମାକ୍ସ’ ଏବଂ ‘ନଗ୍ନ’ ର ସଫଳ କାହାଣୀ ହେବ ।

Leave a Reply

Your email address will not be published. Required fields are marked *