ଲିଭିଗଲା ଆଲବମ କୁଇନ ଦୀପା ସାହୁଙ୍କ ଜୀବନ ଦୀପ

ଭୁବନେଶ୍ୱର : କିଛି ଦିନ ତଳେ ଆଲବମ କୁଇନ ଦୀପା ସାହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଯାଏଁ ସେ ଚିକିତ୍ସାଧୀନ ଥିଲେ ହେଲେ ଆଜି ତାଙ୍କ ଜୀବନ ଦୀପ ଲିଭି ଯାଇଛି । ସୂଚନା ଅନୁଯାୟୀ ବହୁଦିନ ଧରି ସେ ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଚିକିତ୍ସିତ ମଧ୍ୟ ହେଉଥିଲେ ।

ଓଡ଼ିଆ ଆଲବମ କରିବା ସହିତ ସେ କେତୋଟି ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । କେତେଗୁଡ଼ିଏ ହିଟ୍ ଆଲବମ ଭିତରେ “ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା”, “ତୋର ଲମ୍ବା ବେଣୀ”, “କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣୀ” ଅନ୍ୟତମ ।

Leave a Reply

Your email address will not be published. Required fields are marked *