ଏକାଭଳି ଦେଖାଯାଉଥିବା ମୁହଁ ଥିବା ବ୍ୟକ୍ତି ପ୍ରାୟତଃ ଦେଖା ଯାଆନ୍ତି । ଦୁନିଆରେ ସେମିତିରେ ତ ଅନେକ ସମାନ ମୁହଁ ଥିବା ବ୍ୟକ୍ତି ଅଛନ୍ତି କିନ୍ତୁ ଯଦି କେହି କୌଣସି କଳାକାରଙ୍କ ପରି ଦେଖା ଯାଆନ୍ତି ତେବେ ତ ସେ ପ୍ରଶଂସା ଏବଂ ଆଲୋଚନାର ବିଷୟ ପାଲଟିଯାଆନ୍ତି ।
ଆଜିକାଲି ପାକିସ୍ତାନର ଜଣେ ଯୁବତୀ ଚର୍ଚ୍ଚାର ବିଷୟ ହୋଇଛନ୍ତି । ଯୁବତୀଙ୍କ ବିଶେଷତ୍ୱ ହେଉଛି ସେ ଅବିକଳ ବଲିଉଡ଼ ଅଭିନେତ୍ରୀ କରିସ୍ମା କପୁରଙ୍କ ପରି ଦେଖାଯାଉଛନ୍ତି । ଟିକଟକରେ ପ୍ରସ୍ତୁତ ତାଙ୍କର ଏକ ଭିଡ଼ିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେବଳ କରିସ୍ମା କପୁର ପରି ଦେଖାଯାଉ ନାହାନ୍ତି ବରଂ ତାଙ୍କ ପରି କଥା ବି କହୁଛନ୍ତି ।
ଏହି ଯୁବତୀଙ୍କ ନାମ ହିନା ଖାନ ଏବଂ ସେ ଆଜିକାଲି ପାକିସ୍ତାନରେ ପ୍ରମୁଖ ଖବର ହେଇ ରହିଛନ୍ତି । ହିନା କରିସ୍ମାଙ୍କ ପରି ତୋଫା ଗୋରା, ସୁନ୍ଦର ଏବଂ ନୀଳ ନୟନା । କରିସ୍ମାଙ୍କ ସହିତ ହିନାଙ୍କ ଚେହେରା ଏତେ ମିଶୁଛି ଯେ ଅନେକବାର ଲୋକେ ଧୋକା ଖାଇ ଯାଉଛନ୍ତି ।
ହୀନା ମଧ୍ୟ ପସନ୍ଦ କରନ୍ତି ଯେ ତାଙ୍କୁ ଲୋକେ କରିସ୍ମା ଡାକନ୍ତୁ । ସେ ବି କରିସ୍ମା କପୁରଙ୍କ ପରି ଗେଟଅପ୍ କରି ସୋସିଆଲ ମିଡ଼ିଆରେ ନିଜ ଅଭିନୟ ଜାରି ରଖିଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କର ହଜାର ହଜାର ଫଲୋୟର୍ସ ଅଛନ୍ତି । ହିନା ଟିକଟକରେ ଭିଡ଼ିଓ ଅପଲୋଡ଼ କରନ୍ତି ଏବଂ ତାଙ୍କୁ ବହୁତ ପ୍ରଶଂସା କରାଯାଏ । ଏହାସହିତ ହିନା ନିଜକୁ କରିସ୍ମା କପୁରଙ୍କ ସୁପରଫ୍ୟାନ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଲୋକମାନେ ତାଙ୍କୁ କରିସ୍ମା କପୁରଙ୍କ ଭଳି ଅଭିନେତ୍ରୀଙ୍କ ସହ ତୁଳନା କରନ୍ତି ସେତେବେଳେ ତାଙ୍କୁ ଏହା ଭଲ ଲାଗେ ।