ଗାର୍ଡ ଆଖିରେ ଲଙ୍କାଗୁଣ୍ଡ ପକାଇ ଜେଲରୁ ଫେରାର ହେଲେ ୧୬ ଜଣ କଏଦୀ : ସମସ୍ତେ ଥିଲେ ନିଶା ତସ୍କରୀ

ରାଜସ୍ଥାନ ଜୋଧପୁର ଜିଲ୍ଲାର ଫଲୋଦୀ ଜେଲରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜେଲ ଜଗିଥିବା ଜଣେ ମହିଳା ଗାର୍ଡଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୧୬ ଜଣ କଏଦୀ ଫେରାର ଜେଲରୁ ଫେରାର ହୋଇଯାଇଥିବା ଖବର ମିଳିଛି । ତେବେ ସେମାନଙ୍କୁ ଧରିବା ପାଇଁ ଜୋଧପୁର ପୋଲିସ ସହରର ପ୍ରତ୍ୟେକ ରାସ୍ତାରେ ନାକାବନ୍ଦୀ ଆରମ୍ଭ କରିଦେଇଛି ।

ଫେରାର ହୋଇଯାଇଥିବା ସମସ୍ତ ୧୬ ଜଣ ଯାକ କଏଦୀ ନିଶା ତସ୍କରୀ ଅଭିଯୋଗରେ ଜେଲରେ ବନ୍ଦୀ ଥିଲେ ବୋଲି ଫଲୋଦୀ ଥାନା ଅଧିକାରୀ ରାକେଶ ଖ୍ଵାଲିଆ ଏନେଇ ସୂଚନା ଦେଇଛନ୍ତି । ଥାନା ଅଧିକାରୀ ରାକେଶଙ୍କ କହିବାନୁସାରେ ସେମାନେ କେବଳ ଗାର୍ଡଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ନଥିଲେ ବରଂ ଜେଲ କର୍ମଚାରୀଙ୍କ ସହିତ ମାରପିଟ ମଧ୍ୟ କରିଥିଲେ ।

ସେପଟେ ଉପ-ଜିଲ୍ଲାପାଳ ଯଶପାଲ ଆହୁଜା କହିଛନ୍ତି ଯେ ଘଟଣାସ୍ଥଳରେ ଯେତେବେଳେ ସେ ଯାଇ ପହଞଥିଲେ ପନିପରିବା ସବୁ ଏଣେତେଣେ ହୋଇ ପଡ଼ିଥିବା ଦେଖିଥିଲେ । ଏହାସହିତ ଜଣେ ମହିଳା ପୋଲିସ ଅଧିକାରୀ ଛଟପଟ ହେଉଥିଲେ । ତେବେ ମହିଳା ଅଧିକାରୀଙ୍କ ଠାରୁ ସବୁ ବିବରଣୀ ଶୁଣିବା ପରେ ସେ ସଙ୍ଗେସଙ୍ଗେ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ । ଏହାପରେ ଫେରାର କଏଦୀଙ୍କୁ ଧରିବା ପାଇଁ ଆଖପାଖର ସମସ୍ତ ଥାନାକୁ ଆଲର୍ଟ କରାଯାଇଥିବା ବେଳେ ଯାତାୟତ କରୁଥିବା ସବୁ ଯାନବାହନକୁ ଯାଞ୍ଚ୍ କରାଯାଉଛି ।

Leave a Reply

Your email address will not be published. Required fields are marked *