ଆସୁଛି ରାକ୍ଷୀ ଉତ୍ସବ ; ଭାଇର ରାଶି ଅନୁସାରେ ପିନ୍ଧାନ୍ତୁ ତାଙ୍କୁ ରାକ୍ଷୀ, ବଦଳିଯିବ ଭାଇର ଭାଗ୍ୟ

ସଂସ୍କାର : ଆଉ ଦିନ କେଇଟା ଗଲେ ଆସିବ ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଶ୍ରଦ୍ଧାର ସହ ଭଉଣୀ ବାନ୍ଧିବ ରାକ୍ଷୀ। କାରଣ ଭାଇ ଓ ଭଉଣୀ ମଧ୍ୟରେ ସମ୍ପର୍କ ଡୋରିର ପ୍ରତୀକ ହେଉଛି ରାକ୍ଷୀ। ଆଉ ଏହି ରାକ୍ଷୀ ବନ୍ଧନ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ସୁଦୃଢ କରିଥାଏ। ଆଗକୁ ଆସୁଛି ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ଭଉଣୀମାନେ। ଆଉ ଏହି ଦିନ ସବୁ ଭଉଣୀମାନେ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧିବେ । ତାଙ୍କ ସୁଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହ ଭାଇମାନେ ଭଉଣୀକୁ ରକ୍ଷା କରିବା ନେଇ ସଂକଳ୍ପ ନେବେ । କିନ୍ତୁ ଆପଣ ଜାଣିଛନ୍ତି କି ରାକ୍ଷୀ ରାଶି ହିସାବରେ ଭାଇଙ୍କୁ ପିନ୍ଧାଇବା ଦ୍ବାରା ଶୁଭ ହୋଇଥାଏ । ଆଉ ଭାଇର ଭାଗ୍ୟ ବଦଳିଯାଇଥାଏ। ଏହା ସହ ଭଉଣୀର ମଧ୍ୟ ଦୁଃଖ କଷ୍ଟ ରହି ନ ଥାଏ।

ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଭାଇଙ୍କୁ କେଉଁ ରାକ୍ଷୀ ପିନ୍ଧାଇଲେ ଶୁଭଫଳ ମିଳିବ।

ମେଷ ରାଶି : ଯଦି ଭାଇର ରାଶି ମେଷ ହୋଇଥାଏ ତେବେ ରାକ୍ଷୀ ପୂର୍ଣ୍ଣିମା ଦିନ ଲାଲ ରଙ୍ଗର ରାକ୍ଷୀ ପିନ୍ଧାଇବା ଉଚିତ୍ । କାହିଁକି ନା ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ଆପଣଙ୍କର ସଦା ସର୍ବଦା ଶକ୍ତିଶାଳୀ ସହ ଜୀବନରେ ସମୃଦ୍ଧି ଲାଭ କରିବେ ।

ବୃଷ ରାଶି : ଆପଣଙ୍କ ଭାଇର ଯଦି ବୃଷ ରାଶି, ତେବେ ତାଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧିଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ।

ମିଥୁନ ରାଶି : ଯଦି ଭାଇର ମିଥୁନ ରାଶି ହୋଇଥାଏ ତେବେ ତାଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ବାନ୍ଧିବା ଦ୍ୱାରା ତାଙ୍କୁ ସମସ୍ତ ବିପଦ ସଙ୍କଟରୁ ରକ୍ଷା କରିବ ।

କର୍କଟ ରାଶି : କର୍କଟ ରାଶି ଭାଇଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ସେମାନଙ୍କ ଜୀବନରେ ସୁଖ-ଶାନ୍ତି ଆଣିଥାଏ ।

ସିଂହ ରାଶି : ଯଦି ଆପଣଙ୍କ ଭାଇର ସିଂହ ରାଶି ହୋଇଥାଏ ତେବେ ତାଙ୍କୁ ଲାଲ୍ କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଉଭୟ ରଙ୍ଗ ଥିବା ରାକ୍ଷୀ ଏହି ରାଶିର ଲୋକଙ୍କ ପାଇଁ ଶୁଭ ହୋଇଥାଏ ।

କନ୍ୟା ରାଶି : କନ୍ୟା ରାଶିର ପୁରୁଷଙ୍କ ପାଇଁ କମଳା ରଙ୍ଗର ରାକ୍ଷୀ ବାନ୍ଧିଲେ ଶ୍ରେଷ୍ଠ ବୋଲି ମନେ କରାଯାଏ । ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କ ଜୀବନରେ ସାହାସ ଓ ଉତ୍ସାହ ସୃଷ୍ଟି ହୋଇଥାଏ ।

ତୁଳା ରାଶି : ତୁଳା ରାଶିର ଲୋକଙ୍କ ପାଇଁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ସହ ଧଳା ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ୍ ହୋଇଥାଏ ।

ବିଛା ରାଶି : ବିଛା ରାଶିର ଲୋକମାନଙ୍କ ହାତରେ ଲାଲ୍ ରଙ୍ଗ ଓ ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ ।

ଧନୁ ରାଶି : ଧନୁ ରାଶିର ଭାଇମାନଙ୍କ ହାତରେ ହଳଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ବାନ୍ଧିବା ସହ ହଳଦିଆ ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ ହୋଇଥାଏ । ଏପରି କରିବା ଦ୍ବାରା ଭାଇର ଧନ ବୃଦ୍ଧି ହୋଇଥାଏ ।

ମକର ରାଶି : ଏହି ରାଶିର ଲୋକମାନଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ବାରା ତାଙ୍କୁ ସମ୍ପତ୍ତି ପ୍ରାପ୍ତ ହୋଇଥାଏ ।

କୁମ୍ଭ ରାଶି : ଏହି ରାଶିର ଭାଇମାନଙ୍କ ପାଇଁ ସେମାନଙ୍କ ଭଉଣୀମାନେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହା ବାନ୍ଧିବା ଦ୍ବାରା ସେମାନଙ୍କ ଜୀବନରେ ଶୁଭଫଳ ମିଳିବ ।

ମୀନ ରାଶି : ଏହି ରାଶିର ଭାଇମାନଙ୍କୁ ହଲଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ । ଏହି ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇକୁ ଟଙ୍କାର କେବେବି ଅଭାବ ରହି ନଥାଏ।

Leave a Reply

Your email address will not be published. Required fields are marked *